ଦୁଇ ବେସାହାରାଙ୍କ ସାହାରା ସାଜିଲେ ଯୁବ ସମାଜସେବୀ ହିମାଂଶୁ

ଯାଜପୁର : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ପଂଚାୟତର ସାନମଂଗଳପୁର ଗ୍ରାମର ନରେଶ ସାମଲଙ୍କ ମସ୍ତିଷ୍କ ଆଘାତ ହୋଇ ଡାକ୍ତରଖାନାରେ ଚିକିତ୍ସା ହେବା ସମୟରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଅନସୂୟା ସାମଲ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ତଳେ ମୃତ୍ୟୁବରଣ କରିଥିଲେ। ଫଳରେ ତାଙ୍କ ଦୁଇ ଝିଅ ଅନାଥ ହୋଇ ବେସାହାରା ହୋଇଗଲେ। ଏହି ଖବର ପାଇ ଅଂଶୁମାନ ଟ୍ରଷ୍ଟର ସମ୍ପାଦକ ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ ସେଠାରେ ପହଞ୍ଚି ତାଙ୍କୁ ଆର୍ଥିକ ୧୫ହଜାର ଟଙ୍କା ସାହାଯ୍ୟ କରିବା ସହ ସରକାରଙ୍କ ତରଫରୁ କେମିତି ସବୁ ପ୍ରକାର ସାହାଯ୍ୟ ମିଳିବ ତାହା ଆଲୋଚନା କରିଥିଲେ। ଏହାସହିତ କାଏମା ପଂଚାୟତର ଅନ୍ତପୁର ଗ୍ରାମର ବଟକୃଷ୍ଣ ମଲ୍ଲିକଙ୍କ ଝିଅ ବିବାହ ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ହିମାଂଶୁ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା କରିଥିଲେ।

Comments are closed.