ବିନା ମୂଲ୍ୟରେ ମୋବାଇଲ ଚାର୍ଜ କରାଇବାର ସୁବିଧା ଯୋଗାଉଛନ୍ତି ପ୍ରତାପ

ଭୁବନେଶ୍ବର : ବାତ୍ୟା ‘ଫନି’କୁ ୨୭ ଦିନ ବିତି ଯାଇଥିବା ସତ୍ତ୍ବେ ପୁରୀ ଜିଲାର କିଛି ସ୍ଥାନକୁ ବିଦ୍ୟୁତ ଆସି ନାହିଁ। ତେଣୁ ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଆଜିର ଦିନରେ ମୋବାଇଲ ଫୋନ ସମସ୍ତଙ୍କ ପାଇଁ ଜରୁରୀ ହୋଇଯାଇଛି। ବିଦ୍ୟୁତ ନ ଥିବାରୁ ପୁରୀର କିଛି ସ୍ଥାନରେ ମୋବାଇଲ ଚାର୍ଜ କରିବାରେ ଅସୁବିଧା ହେଉଛି। କେତେକ ସ୍ଥାନରେ ମୋବାଇଲ ଫୋନ ଚାର୍ଜ କରିବା ପାଇଁ ଲୋକଙ୍କୁ ୧୫ରୁ ୨୦ଟଙ୍କା ଦେବାକୁ ପଡୁଛି। କିନ୍ତୁ ଜଣେ ସମାଜ ସେବୀ ପ୍ରତାପ ଚନ୍ଦ୍ର ସାହୁ ପୁରୀରେ ଲୋକମାନଙ୍କ ମୋବାଇଲକୁ ବିନା ମୂଲ୍ୟରେ ଚାର୍ଜ କରାଇବା ପାଇଁ ଘରକୁ ଘର ବୁଲୁଛନ୍ତି। ସେ ଏକ ବାଇକ ପଛରେ ଜେନେରେଟର ବାନ୍ଧି ଗାଁ ଗାଁ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ସୁବିଧା ସମସ୍ତଙ୍କ ମନରେ ଜଣେ ମହାନ ବ୍ୟକ୍ତି, ଉଚ୍ଚ ଚିନ୍ତାଧାରା ଓ ଦୟାଳୁ ମନୋଭାବର ପରିଚୟ ସୃଷ୍ଟି କରିଛି।

Comments are closed.