ହେଲମେଟ ଚେକିଂ ମହଙ୍ଗା ପଡିଲା, ଦୁଇ ପୋଲିସ ଅଧିକାରୀ ମୁହାଁମୁହିଁ

ଜି.ଉଦୟଗିରି: ଜି.ଉଦୟଗିରି ପୋଲିସ ପକ୍ଷରୁ ଆଜି ସ୍ଥାନୀୟ ବନ୍ଧ ଛକଠାରେ ହେଲମେଟ ଚେକିଂ କରାଯାଉଥିବା ବେଳେ ମହିଳା ଥାନା ସେକେଣ୍ଡ ଅଧିକାରୀ କୌଶଲ୍ୟା ବେହେରା ଓ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ମୁହାଁମୁହିଁକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

ବିବରଣୀରୁ ପ୍ରକାଶ ଯେ, ପୋଲିସ ଅଧିକାରୀ ସ୍କୁଟି ଯୋଗେ ବଜାରକୁ ଆସିଥିବା ବେଳେ ହେଲମେଟ ପିନ୍ଧିନଥିଲେ। ପୋଲିସ ଅଧିକାରୀ ଜଣକ ଫାଇନ ଦେବାକୁ ଟଙ୍କା ବାହାର କରୁଥିବା ବେଳେ ରସିଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏନେଇ ମହିଳା ଥାନା ସେକେଣ୍ଡ ଅଧିକାରୀ ଚଢାଗଳାରେ ତାଗିଦ କରିବା ସହ କାର୍ୟ୍ୟରେ ବାଧା ସୃଷ୍ଟି ନ କରିବାକୁ କହିବା ପରେ ପୋଲିସ ଅଧିକାରୀ ଜଣକ କହିଥିଲେ ଫାଇନ କାଟନ୍ତୁ କିନ୍ତୁ ରେଡକ୍ରସ ରସିଦ ଦିଅନ୍ତୁ। ଏକଥା ଏତେ କଟାକଟି ହୋଇଥିଲା ଯେ ଅଞ୍ଚଳରେ ଭିଡ ଜମିବା ସହ କଥା ଥାନା ଅଧିକାରୀଙ୍କ ପର୍ୟ୍ୟନ୍ତ ଯାଇଥିଲା। ପରବର୍ତ୍ତୀ ମୂହୁର୍ତ୍ତରେ ପୋଲିସ ଅଧିକାରୀଙ୍କୁ ଛାଡି ଦିଆଯାଇଥିଲା। ତେବେ ଦୁଇ ପୋଲିସ ଅଧିକାରୀଙ୍କ ଏହି ଦୃଶ୍ୟ ଦେଖି ସାଧାରଣରେ ବେଶ ଚର୍ଚ୍ଚା ଚାଲିଥିବା ଦେଖିବାକୁ ମିଳିଥିଲା।

Comments
Loading...