ହେଲମେଟ ଚେକିଂ, ୧୮ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିମୋର କଣ୍ଟାମଲ୍ଲିମ ରାସ୍ତାରେ ଗତକାଲି ସନ୍ଧ୍ୟାରେ ବାଘମାରୀ ପୁଲିସ ହେଲମେଟ ଚେକିଂ କରି ୧୮ହଜାର ଟଙ୍କା ଜରିମାନା ଆଦାୟ କରିଛି। ଏହାସହ ୩ଜଣ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ୩ମାସ ପର୍ଯ୍ୟନ୍ତ ବାତିଲ କରିବା ପାଇଁ ଆରଟିଓଙ୍କୁ ସୁପାରିଶ କରିଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଥାନା ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ, ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ସାମିଲ ଥିଲେ।

Comments are closed.