ହେଲମେଟ ଯାଞ୍ଚ : ୧୨ ହଜାର ଟଙ୍କା ଜୋରିମାନା ଆଦାୟ

ବେଗୁନିଆ : ବାଘମାରୀ ଥାନା ଅଧିକାରିଣୀ ପ୍ରଣୀତକ୍ଷ ପଟ୍ଟନାୟକ, ଏସ ଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଏବଂ ଏଏସଆଇ ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ମିଳିତ ଉଦ୍ୟମରେ ଆଜି ସିମୋର ପଂଚାୟତ ଅଧିନସ୍ଥ କଣ୍ଟାମଳିମ ଠାରେ ବାଇକରେ ଯାଉଥିବା ଯାତ୍ରୀମାନଙ୍କର ହେଲମେଟ ଚେକିଂ କରାଯାଇଥିଲା । ୬୦ଟି ବାଇକ ଯାଞ୍ଚ କରାଯାଇଥିବାବେଳେ ୮ଜଣଙ୍କର ଲାଇସେନ୍ସ ବାତିଲ କରିବା ପାଇଁ ଆରଟିଓଙ୍କୁ ସୁପାରିଶ କରାଯାଇଥିବାବେଳେ ଏମାନଙ୍କ ସହିତ ୧୨ ଜଣଙ୍କ ଠାରୁ ଏକ ହଜାର ଲେଖାଏଁ ସମୁଦାୟ ୧୨ ହଜାର ଜୋରିମାନା ଆଦାୟ କରାଯାଇଛି । ବିଶେଷତଃ ବାଇକରେ ୨ ଜଣ ଲେଖାଏଁ ଯାଉଥିବାବେଳେ ସରକାରଙ୍କର ନିୟମ ଅନୁସାରେ ଦୁଇ ଜଣ ଯାକ ହେଲମେଟ ପିନ୍ଧି ନଥିବା ଯୋଗୁଁ ସେମାନଙ୍କୁ ଜୋରିମାନା ଦେବାକୁ ପଡିଥିଲା ।

Comments are closed.