ହେଲ୍‌ମେଟ୍‌ ନ ଥିବାରୁ ଯାଇଛି ୨୩୯୭ ଜୀବନ

ହେଲ୍‌ମେଟ୍‌ ପିନ୍ଧିନଥିବାରୁ ୨୦୧୯ରେ ଯାଇଛି ୨୩୯୭ ଜୀବନ। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡ଼କ ନିରାପତ୍ତା ବୈଠକରେ ସୂଚନା। ୨୦୧୯ରେ ମୋଟ ୫୩୩୩ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟରୁ ୧୮ରୁ୪୫ ବର୍ଷ ଭିତରେ ୬୭% ରହିଛି। ୪୧% ଦୁର୍ଘଟଣା ହେଲ୍‌ମେଟ୍ ନ ପିନ୍ଧିବା ଓ ୬୯% ଦ୍ରୁତ ଗାଡ଼ିଚାଳନାରୁ ହୋଇଛି। ୨୦୧୯ରେ ଲଗାତାର ଭାବେ ବ୍ଲାକ ସ୍ପଟ ଚିହ୍ନଟ, ଜିଲା ସ୍ତରରେ ଚିହ୍ନଟ ବ୍ଲାକ ସ୍ପଟ୍ ମରାମତି ତୁରନ୍ତ ସାରିବାକୁ ନିର୍ଦେଶ ଦିଆଯାଇଛି। ସଚେତନତା କାର୍ଯ୍ୟକ୍ରମ ଜରିଆରେ ଦୁର୍ଘଟଣା କମାଇବାକୁ ପରାମର୍ଶ। ବ୍ୟାପକ ଜନ ସଚେତନତା ଜରିଆରେ ଦୁର୍ଘଟଣା ହ୍ରାସ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.