ନିଜକୁ କରୋନା ସନ୍ଦିଗ୍ଧ ଦର୍ଶାଇଛନ୍ତି ଏହି ଲୋକପ୍ରିୟ ମଡେଲ୍‍, ରହୁଛନ୍ତି ଲୋକଙ୍କଠୁ ଦୂରରେ

ନୂଆଦିଲ୍ଲୀ: ଆମେରିକୀୟ-ଜର୍ମାନ ମଡେଲ ହିଡି କ୍ଲମ୍‍ ନିଜକୁ କରୋନା ହୋଇଥିବା ଆଶଙ୍କା କରୁଛନ୍ତି। ଏଥିପାଇଁ ସେ ଲୋକଙ୍କଠାରୁ ଦୂରେଇ ରହୁଛନ୍ତି ବୋଲି ନିଜେ ହିଡି ସାମାଜିକ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି।

ହିଡି ବିଛଣାରେ ଶୋଇ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ଜ୍ବର, କଫ, ଥଣ୍ଡା ଅନୁଭୂତ ହେଉଛି। ତେଣୁ ମୁଁ ଘରେ ହିଁ ରହିବି, ଯଦ୍ୱାରା ଆଉ କାହାକୁ ମୋ ପାଇଁ କିଛି ସମସ୍ୟା ନହେବ। ମୁଁ ଆଶା କରୁଛି ଯେ, ମୋତେ କେବଳ ଥଣ୍ଡା ହୋଇଥିବ। ମୁଁ କରୋନା ପରୀକ୍ଷଣ ପାଇଁ ଚେଷ୍ଟା କରିଥିଲି କିନ୍ତୁ କରି ପାରିନାହିଁ।

ସୂଚନାଯୋଗ୍ୟ, ହିଡି କ୍ଲମ୍‍ ଗତ କିଛି ଦିନ ହେବ ‘ଆମେରିକା ଗଟ୍‍ ଟ୍ୟାଲେଣ୍ଟ୍‍’ରେ ନଜର ଆସୁନାହାନ୍ତି।

Comments are closed.