ଦିନ ଗୋଟାଏ ସୁଦ୍ଧା ଲୋକସଭା ଆସନରେ ଆଗୁଆ ଏହି ହେବିୱେଟ୍ ନେତା

ନୂଆଦିଲ୍ଲୀ : ଗୁଜୁରାଟର ଗାନ୍ଧୀନଗର ଲୋକସଭା ଆସନରୁ ବିଜେପି ନେତା ଅମିତ ଶାହା ୩,୫୨,୦୯୯ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ସି.ଜେ ଚାୱଡା ୧,୧୩,୪୩୬ ଭୋଟ ପାଇଛନ୍ତି ।

କଂଗ୍ରେସ ନେତା ଶଶୀ ଥରୁର କେରଳର ଥିରୁଭାନନ୍ତପୁରମ ଲୋକସଭା ଆସନରୁ ୧୩ ହଜାର ଭୋଟରେ ଆଗୁଆ ରହିଛନ୍ତି ।

ବାରଣାସୀ ଲୋକସଭା ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨,୪୪,୦୧୦ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ସମାଜବାଦୀ ପାର୍ଟି ସାଲିନ ୟାଦଭ ୭୨,୫୩୧ ଟି ଭୋଟ ପାଇଛନ୍ତି ।

ଚଣ୍ଡିଗଡ ଲୋକସଭା ଆସନରୁ ବିଜେପି ନେତ୍ରୀ କିରଣ ଖେର ୧୪,୬୫୪ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ପୱନ କୁମାର ବଂସାଲ ୧୩,୧୪୦ଟି ଭୋଟ୍ ପାଇଛନ୍ତି ।

ଆମେଠୀ ଲୋକସଭା ଆସନରୁ ସ୍ମିତି ଇରାନି ୩୪,୬୬୭ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୮,୩୭୭ ଭୋଟ ପାଇଛନ୍ତି ।

ଗୁରୁଦାସପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲ ୧,୯୧,୨୩୯ ଭୋଟରେ ଆଗୁଆ ରହିଛନ୍ତି ।

ପାଟଣା ସାହିବ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ୧,୧୯,୩୦୧ ଭୋଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା ୫୭,୦୦୩ ଭୋଟ ପାଇଛନ୍ତି ।

ମଥୁରା ଲୋକସଭା ଆସନରେ ବିଜେପି ନେତ୍ରୀ ତଥା ଅଭିନେତ୍ରୀ ହେମା ମାଳିନୀ ୧,୨୬,୬୪୨ଟି ଭୋଟରେ ଆଗୁଆ ରହିଛନ୍ତି ।

ଲକ୍ଷ୍ନୌ ଲୋକସଭା ଆସନରେ ବିଜେପି ନେତା ରାଜନାଥ ସିଂ ୨,୦୦,୨୬୭ ଭୋଟରେ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ତଥା ଅଭିନେତ୍ରୀ ପୁନମ୍ ସିହ୍ନା ୮୭,୮୫୧ ଭୋଟ ପାଇଛନ୍ତି ।

ଉତ୍ତର-ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ମନୋଜ ତିୱାରୀ ୧,୫୫,୪୪୩ ଭୋଟରେ ଆଗୁଆ ରହିଛନ୍ତି ।

ନାଗପୁର ଲୋକସଭା ଆସନରେ ବିଜେପି ନେତା ନିତିନ ଗଡକରୀ ୪୪,୨୭୩ ଭୋଟରେ ଆଗୁଆ ରହିଛନ୍ତି ।

Comments are closed.