ଟିକନେବା ପାଇଁ ଅସମ୍ଭାଳ ଭିଡ ; ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତରେ ହେଲା ଟିକାକରଣ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତିଆ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ଠାରେ ସୋମବାର କେରୋନା ଟିକା ନେବାକୁ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲ। ଏହି ବିଦ୍ୟାପୀଠରେ ଆଜି ୧୮ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ପ୍ରଥମ ପାନ ଏବଂ ଯେଉଁମାନେ ପ୍ରଥମ ଡୋଜ ଟୀକା ନେବାର ୮୨ ଦିନ ହୋଇଥିବ ସେମାନଙ୍କୁ ଦ୍ୱିତୀୟ ପାନ ଟିକା ଦେବା ଘୋଷଣା ପାଇଁ ହୋଇଥିଲା। ତେବେ ସକାଳେ ଟିକାଦାନ ଆରମ୍ଭ ହେବା ମାତ୍ରେ କେନ୍ଦ୍ରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଉପସ୍ଥିତ କର୍ମଚାରୀ ମାନେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଥିଲେ। ଲୋକଙ୍କୁ ଟିକା ଦେବା ପାଇଁ ବାରିକେଟ ଛାମୁଣ୍ଡିଆ ନିର୍ମାଣ ହୋଇଥିବା ସତ୍ତ୍ବେ ଏହାକୁ ଲୋକମାନେ ନ ମାନି କେନ୍ଦ୍ର ମଧ୍ୟକୁ ପ୍ରବେଶ କରିଥିଲେ।

ତେବେ ତହସିଲଦାର ଅମିତ କୁମାର ନାୟକ, ବିଡ଼ିଓ ପ୍ରକାଶ କୁମାର ଦାସ ଏବଂ ପୁଲିସ ପହଞ୍ଚି ଭିଡକୁ ନିୟନ୍ତ୍ରଣ କରିଥିଲେ। ଆଜି ଏହି କେନ୍ଦ୍ରରେ ୧୪୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି। ଆସନ୍ତା କାଲି ମଧ ଟିକା ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଥିବା ବେଳେ ଲୋକମାନେ ସାମାଜିକ ଦୂରତ୍ୱ ବଜାଇ ରଖି ଟିକା ନେବାକୁ ନିବେଦନ କରିଛନ୍ତି।

Comments are closed.