ଉତ୍ତରପ୍ରଦେଶ, ଉତ୍ତରଖାଣ୍ଡ ସମେତ ୧୩ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ

0

ନୂଆଦିଲ୍ଲୀ : ମହାରାଷ୍ଟ, ମଧ୍ୟପ୍ରଦେଶ, ରାଜସ୍ଥାନ ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ବର୍ଷା ଥମିବାର ନାମ ନେଉ ନାହିଁ। ଏବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର  ପଶ୍ଚିମ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ପୂର୍ବରାଜସ୍ଥାନ, ଉପକୂଳ ଆନ୍ଧ୍ରପ୍ରଦେଶ ସମେତ ୧୩ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଜାରି କରିଛି। ଏଭଳି ବର୍ଷା ୧୫ରୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି।

ଏପଟେ ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନରେ ପ୍ରବଳ ବର୍ଷାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ନିମଚ ଏବଂ ରାଜସ୍ଥାନର ପ୍ରତାପଗଡ଼ ଜିଲାରେ ନଦୀଗୁଡ଼ିକର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସତର୍କ ସୂଚନା ଅନୁସାରେ ସେପ୍ଟେମ୍ବର ୧୫ରୁ ୧୭ ମଧ୍ୟରେ ପୂର୍ବ ରାଜସ୍ଥାନ, ପଶ୍ଚିମ ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ (ହିମାଳୟ ଅଞ୍ଚଳ), ଉପକୂଳ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ମେଘାଳୟ, ଆସାମ, ସିକିମ, ଆଣ୍ଡାମାନ-ନିକୋବରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply