ଅଚାନକ ବର୍ଷାରେ ବେହାଲ ନବରଙ୍ଗପୁର

ନବରଙ୍ଗପୁର: ବୁଧବାରଦିନ ପ୍ରବଳ ବର୍ଷା, ପବନ ଓ ଘଡଘଡି ଯୋଗୁଁ ଲୋକଙ୍କର ଅବସ୍ଥା ବେହାଲ ହୋଇଛି। ଅଚାନକ ଭାବେ ପୂର୍ବାହ୍ନ ୧୦.୩୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିର୍ଘାତ ଭାବେ ବର୍ଷା ମାଡ କରିଥିଲା। ଫଳରେ ବିଭିନ୍ନ ରାସ୍ତା ଓ ସାହି ସମେତ ନାଳ ଗୁଡିକରେ ପାଣି ଭର୍ତ୍ତୀ ହୋଇଥିଲା। ଲୋକମାନେ ଘରୁ ବାହାରି ପାରିନଥିଲେ। ବଡବଡ ଟୋପାରେ ବର୍ଷାହୋଇଥିଲା। ବର୍ଷା ସହିତ ପବନ କାରଣରୁ ଜିଲାପାଳଙ୍କର କାର୍ଯ୍ୟାଳୟ ନିକଟରେ ମାଝୀଗୁଡା ଛକନିକଟରେ ଗୋଟିଏ ବଡ ଗଛ ଉପୁଡି ଯାଇଥିଲା। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଗତ କାଲି ୧ତାରିଖରେ ଜିଲାରେ ୨୫.୭୦ ମିଲିମିଟର ବର୍ଷା ହୋଇଛି। ନବରଙ୍ଗପୁରରେ ୧୬ମି.ମି, ନନ୍ଦାହାଣ୍ଡିବ୍ଳକରେ ୩୬.ମିମି, ତେନ୍ତୁଳିଖୁଣ୍ଟିିରେ ୩୧.୨ମିମି, ପାପଡାହାଣ୍ଡିରେ ୪୭.୬ମିମି, କୋଷାଗୁମୁଡାରେ ୨୪.୮ ମିମି, ଡାବୁଗାଁରେ ୪. ମିମି, ଉମରକୋଟ ୨୫.୨ମିମି, ଝରିଗାଁ ୫୭ ମିମି, ଚନ୍ଦାହାଣ୍ଡିବ୍ଲକରେ ୧୫ .୨ ମିମି ବର୍ଷା ହୋଇଛି । ତେବେ ବୁଧବାରଦିନ ବର୍ଷାର ତଥ୍ୟମିଳିନଥିବାବେଳେ ଜୋର ବର୍ଷା ଯୋଗୁଁ ଦୈନିକ ବଜାର ସମେତ ରାସ୍ତାକଡର ଉଠାଦୋକାନୀ ମାନେ ହଇରାଣ ହରକତ ହୋଇଥିଲେ। ତେବେ ଅପରାହ୍ନ ୩ଟାପରେ ବର୍ଷା କମିଯାଇଛି। ତେବେ ଏହି ବର୍ଷା ଚାଷ କାମ ଆରମ୍ଭ କରିବା ରେ ସୁହାଇବ ବୋଲି ଜଣାପଡିଛି।

Comments are closed.