ଗଜପତିରେ ବର୍ଷା ବିତ୍ପାତ : ପାହାଡ଼ରୁ ପଥର ଧସି ଭାଙ୍ଗିଲା୨୦ ଘର

ପାରଳାଖେମୁଣ୍ଡି :  ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡ଼କଳାକୋର୍ଟ ପଞ୍ଚାୟତର କୁଲଙ୍ଗ ଗ୍ରାମରେ ଲଗାଣ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଗୁରୁବାର ନିକଟସ୍ଥ ମୁଖଲିଙ୍ଗ ପାହାଡ଼ର ମାଟି ଓ ପଥର ଧସି ପାହାଡ଼ ତଳ ଅଞ୍ଚଳରେ ଥିବା ୨୦ଟି ଘର ଭାଙ୍ଗିଯାଇଥିବା ବେଳେ ଆଉ ପ୍ରାୟ ୨୦ଟି ଘର ପ୍ରଭାବିତ ହୋଇଥିବା ସହ ଶତାଧିକ ଗୃହପାଳିତ ପଶୁ ମୃତାହତ ହୋଇଥିବା ଜଣାପଡ଼ିଛି। ଘଟଣା
ସଂପର୍କରେ ଆଜି ବଡ଼କଳାକୋର୍ଟେ ସରପଞ୍ଚ ଅଗସ୍ଥିସ ଗମାଙ୍ଗୋ ବିଡ଼ିଓ ନଟବର ଗରଡ଼କୁ ସୂଚନା ଦେବା ପରେ ଘଟଣାସ୍ଥଳକୁ ବିଡ଼ିଓଙ୍କ ସମେତ ବହୁ ସରକାରୀ ଅଧିକାରୀ ଯାଇ ଅନୁଧ୍ୟାନ କରିବା ସହ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଛନ୍ତି।

Comments
Loading...