ପ୍ରବଳ ବର୍ଷାରେ ଭାସିଗଲା ରେଳ ପୋଲ, ରେଳ ଚଳାଚଳ ବାଧା ପ୍ରାପ୍ତ

0

ରାୟଗଡା:   ଲଘୁଚାପ   ପ୍ରଭାବରେ କଳାହାଣ୍ଡି , ରାୟଗଡା ଓ କୋରପୁଟ ଜିଲାରେ  ପ୍ରବଳବର୍ଷା ହୋଇଛି । ଅନେକ ସ୍ଥାନରେ ରେଳ ଧାରଣ ଉପରେ ମାଟି ଅତଡା ଖସି ପଡିଥିବା ସୂଚନା ମିଳିଛି । ନର୍ଲା ଓ ରୂପାର ରୋଡ ରେଳପୋଲ ଧୋଇ ହୋଇ ଯାଇଛି । ଏହି କାରଣରୁ ଅନେକ ଟ୍ରେନ ଚଲାଚଳକୁ ବାତିଲ କରାଯାଇଛି । ରାୟଗଡାରୁ ରାୟପୁର ମଧ୍ୟରେ ଚଳାଚଳ କରାଯାଉଥିବା ଅଧିକାଂଶ ଟ୍ରେନକୁ ବାତିଲ କରାଯାଇଥିବା ସୂଚନି ମିଳିଛି । ରାୟଗଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ, ବିଶାଖପାଟଣା-ରାୟପୁର ପାସେଞ୍ଜର, , ରାୟଗଡା-ସମ୍ବଲପୁର ଏକ୍ସପ୍ରେସ, ସମ୍ବଲପୁର-କୋରାପୁଟ ପାସେଞ୍ଜର, ସମ୍ବଲପୁର-ଜୁନାଗଡ ରୋଡ୍ ପାସେଞ୍ଜର, ରାୟପୁର-କେସିଙ୍ଗା ପାସେଞ୍ଜର, , କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ରାୟଗଡା ଏକ୍ସପ୍ରେସ, ରାୟପୁର-ବିଶାଖପାଟଣା ପାସେଞ୍ଜର, ବିଶାଖପାଟଣା-ଦୁର୍ଗ ପାସେଞ୍ଜର, ଜଗଦଲପୁର-ହାଓଡା ଏକ୍ସପ୍ରେସ, ଜୁନାଗଡ ରୋଡ୍-ଲାଂଜିଗଡ ରୋଡ୍ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସେହିପରି  ବିଶାଖା ପାଟଣାରୁ ଦିଲ୍ଲୀ ନିକଟସ୍ଥ ନିଜାମୁଦ୍ଦିନକୁ ଯାଉଥିବା ସମତା ଏକ୍ସପ୍ରେସ ଦୀର୍ଘ ସମୟ ଧରି ଅଟକି ରହିଛି ।

କେବଳ ରେଳ ଚଳା ଚଳା ନୁହେଁ ଅନେକ ରାୟଗଡା ଓ କଳାହାଣ୍ଡି ଜିଲାର ରାଜ୍ୟ ରାଜପଥ ଓ ମୁଖ୍ୟ ରାସ୍ତା ଉପରେ ବର୍ଷା ପାଣି ଚାଲିଥିବାରୁ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

Leave A Reply