ପ୍ରବଳ ବର୍ଷା ଯୋଗୁଁ ଉଦଳା-ବାରିପଦା ଯୋଗାଯୋଗ ବିଚ୍ଛିନ୍ନ

0

ବଡ଼ସାହି: ସୋମବାର ଭୋରରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ମୟୁରଭଞ୍ଜ ଜିଲାର ଉଦଳା-ବାରିପଦା ରାଜ୍ୟ ରାଜପଥର ଅସ୍ଥାୟୀ ପୋଲ ଉପରେ ପାଣି ହୋଇଯାଇଛି। ଏହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି। ରାସ୍ତା ପ୍ରଶସ୍ତିକରଣ ପାଇଁ ଏହି ରାସ୍ତାର କାଦୁଆଲ ବନ୍ଧ ନିକଟରେ ନିର୍ମାଣ ଚାଲିଥିବା ପୋଲ ତଳ ପାର୍ଶ୍ବରେ ଏହି ଅସ୍ଥାୟୀ ପୋଲ ଗମନାଗମନର ବିକଳ୍ପ ସେବା ଦେଉଥିଲା। ଉପରମୁଣ୍ଡରେ ଭାରି ବର୍ଷା ହେଲେ ଏପରି ଅବ୍ୟବସ୍ଥା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଜିଲ୍ଲା ସଦର ମହକୁମା ସହିତ ବଡ଼ସାହି, ଖୁଣ୍ଟା, ଗୋପବନ୍ଧୁ ନଗର, ଉଦଳା ଓ କପ୍ତିପଦା ବ୍ଲକର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply