ଲଗାଣ ବର୍ଷାରେ ବୁଡ଼ିଲା ରାସ୍ତା, ଦୋକାନ ଘରେ ପଶିଲା ପାଣି..ଦେଖନ୍ତୁ ଭିଡ଼ିଓ

ସୋର : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବାଲେଶ୍ବର ଜିଲା ସୋର ବ୍ଲକ ଗୋପୀନାଥପୁରୁ ଓ ମାଣିପୁର ପଞ୍ଚାୟତ ଜଳାର୍ଣ୍ଣବ। ମଣିପୁର ବଜାର ବିଜୁ ମାର୍କେଟରେ ପାଣି ପସି ୧୦ ଦୋକାନ ଘର ଉବୁଡୁବ। ଲକ୍ଷାଧିକ ଟଙ୍କା ସାମଗ୍ରୀ ପାଣିରେ ନଷ୍ଟ ହୋଇଛି। ମଙ୍ଗଲପୁର ଶିଙ୍ଗ ଖୁଣ୍ଟା ରାସ୍ତାରେ ଆଣ୍ଠୁଏ ଜଳ ପ୍ରବାହିତ ଯୋଗୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡିଛି। ଚାଷଜମିରେ ପାଣି ପସିଛି। ନୂତନ ଭାବେ ଖୋଳା ଯାଉଥିବା କେନାଲରେ ପାଣି ଆସି ଅଭାବନୀୟ ପରିସ୍ଥିତି ସୁଷ୍ଟି ହୋଇଥିବା ଦେଖାଯାଇଛି।

Comments are closed.