ଭାସିଗଲା ବାଉଁଶ ପୋଲ, ଯାତାୟତ ଠପ୍

ବ୍ରହ୍ମଗିରି : ଲଗାଣ ବର୍ଷାରେ ବେହାଲ ସାରା ଓଡ଼ିଶା। ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧିନରେ ଥିବା ତିନିକୁଦି ବାଉଁଶ ପୋଲଟି ଭାଙ୍ଗିଯାଇଛି। ତିନିକୁଦି ଗ୍ରାମ ନିକଟରେ ଭାର୍ଗବୀ ନଦୀ ଉପରେ ଯାତାୟତ ପାଇଁ କରାଯାଇଥିବା ଏହି ଅସ୍ଥାୟୀ ବାଉଁଶ ପୋଲ ଭାସି ଯାଇଥିବାରୁ ତିନିକୁଦି-ବାଲିକେରାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାହିକେରା, ପନ୍ଥିପାଳ, କମଳନୟନପୁର, ରାୟହାଟ, ରାହାଡମଲ୍ଲ ସହିତ ୮ଟି ଗ୍ରାମର ଲୋକେ ଯାତାୟତ ପାଇଁ ଏହି ପୋଲ ଉପରେ ନିର୍ଭର କରନ୍ତି। ବର୍ତ୍ତମାନେ ଏହା ଭାସି ଯିବାଦ୍ବାରା ଲୋକମାନେ ହସ୍ତସନ୍ତ ହେଉଛନ୍ତି।

Comments are closed.