ତିନିଦିନ ଘନ କୁହୁଡ଼ି

ଭୁବନେଶ୍ବର : ଦୁଇଦିନ ପରେ ବୁଧବାର ପାଗରେ ପରିବର୍ତ୍ତନ ଆସିଛି। ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଅଧିକ ଜିଲାରେ ଘନ କୁହୁଡ଼ି ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଇଏମ୍‌ଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୁରୁବାର ଉତ୍ତର ଉପକୂଳ ଓଡ଼ିଶା ସମେତ ସୁନ୍ଦରଗଡ଼, ଅନୁଗୋଳ, ଢ଼େଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳରେ ଘନ କୁହୁଡି ଦେଖାଦେବ। ତିନିଦିନ ପର୍ଯ୍ୟନ୍ତ କୁହୁଡି ଲାଗି ରହିବ। ବର୍ଷା କମିଥିବାରୁ ଏବେ ତାପମାତ୍ର ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଅଛି।

Comments are closed.