କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କାଞ୍ଜିପାଣିର ତୁଷାରପାତ

0

ବାଂଶପାଳ : ସାରା ରାଜ୍ୟରେ ଥଣ୍ଡାର ପ୍ରକୋପ ଜାରି ରହିଥିବା ବେଳେ କେତେକ ସ୍ଥାନରେ ତୁଷାରପାତ ହେଉଛି । ରବିବାର ସକାଳେ ବାଂଶପାଳ ବ୍ଲକର କାଞ୍ଜିପାଣିରେ ବରଫର ଆସ୍ତରଣ ସେତେ ଯେମିତି କାଶ୍ମୀରର ଭ୍ରମ ସୃଷ୍ଟି କରିଛି । ବାଂଶପାଳ ବ୍ଲକର କାଦକଳା, ନୟାକୋଟ, କୁଶକଳା ତରମାକାନ୍ତ, ଫୁଲଝର, ଟଣ, ଗୋନାସିକ, ବାଂଶପାଳ ସମେତ ବିଭିନ୍ନ ଅଞ୍ଚଳରେ ତୁଷାରପାତ ଲାଗିରହିଛି । ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ଯୋଉଁ ଥଣ୍ଡାର ଅଧିକ ପ୍ରକୋପ ରହିଛି । ଫଳରେ ଅସହ୍ୟ ଜାଡ଼ ସାଙ୍ଗକୁ ଘନ କୁହୁଡି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଆହୁରି ଏକ ସପ୍ତାହେ ପର୍ଯ୍ୟନ୍ତ ଶୀତ ଲହରୀ ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

Leave A Reply