ଅସହ୍ୟ ତାତି : ଟିଟିଲାଗଡ଼ ୪୫.୫, ୧୨ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ

ଭୁବନେଶ୍ବର : ସାମୁଦ୍ରିକ ଝଡ ଅମ୍ପନ ପରେ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । ଅସହ୍ୟ ଗରମ ଓ ଗୁଳୁଗୁଳି ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରିଛି । ଶୁକ୍ରବାର ଭଳି ଶନିବାର ମଧ୍ୟ ଓଡ଼ିଶାର ୧୨ଟି ସହରର ତାପମାତ୍ରା ଆଜି ୪୧ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୫.୫ଡିଗ୍ରୀ ସେଲସିୟସ ସହ ଟିଟିଲାଗଡ଼ ଶନିବାର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ।

ସେହିପରି ଭବାନୀପାଟଣା ୪୪.୨, ତାଳଚେର ୪୩.୮,ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ବୌଦ୍ଧ ୪୨.୫, ହୀରାକୁଦ ୪୨.୨,ସୋନପୁର ୪୨.୨, ଝାରସୁଗୁଡ଼ା ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୨ ଓ ଫୁଲବାଣୀ ୪୧.୪ ଡିଗ୍ରୀ ସେଲସିୟସ ରେକର୍ହ କରାଯାଇଛି।

ଆସନ୍ତା ୪ରୁ ୫ଦିନ ଧରି ସ୍ଥିତି ଏଭଳି ଅପରିବର୍ତ୍ତିତ ରହିବ ଓ କେତେକ କ୍ଷେତ୍ରରେ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

 

Comments are closed.