ଆସନ୍ତା ଚାରି ଦିନ ପାଇଁ ପ୍ରଚଣ୍ଡ ଗରମ, ଉତ୍ତର ଭାରତରେ ଲୁ’ର ପ୍ରଭାବ

ନୂଆଦିଲ୍ଲୀ .- ଆସନ୍ତା ଚାରି ଦିନ ପାଇଁ ଉତ୍ତର ଭାରତରେ ପ୍ରଚଣ୍ଡ ଗରମ ଅନୁଭୂତ ହେବ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର ସହ ଅନ୍ୟ ଉତ୍ତର ଭାରତୀୟ ରାଜ୍ୟମାନଙ୍କରେ ଲୁ ବହିବାର ସମ୍ଭାବନା ରହିଛି ।

ଚଳିତ ବର୍ଷ ମୌସୁମୀ ବାୟୁ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି । ଏହା ଆଣ୍ଡାମାନ ସ୍ପର୍ଶ କରିଛି । ମୌସୁମୀ ବାୟୁର ପ୍ରଭାବରେ ଆଣ୍ଡାମାନରେ ପ୍ରବଳ ବର୍ଷା ହେଉଛି । ମାତ୍ର ସେଠାରୁ ତାହା ଆଗକୁ ବଢି ନାହିଁ । ଜୁନ୍‌ ୬ ତାରିଖର ବେଳକୁ ଏହା କେରଳ ସ୍ପର୍ଶ କରିବ ବୋଲି ପୂର୍ବାନୁମାନ କରାଯାଇଛି ।
ପଶ୍ଚମ ରାଜସ୍ଥାନରେ ଥର୍‌ ମରୁଭୂମି ଓ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ୫୧ ଡିଗ୍ରୀ ପାଖା ପାଖି ରହୁଛି । ଉତ୍ତରପ୍ରଦେଶର ବାନ୍ଧାରେ ୪୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସ୍ୱାଭାବିକ ତାପମାତ୍ରାଠାରୁ ୩ରୁ୫ ଡିଗ୍ରୀ ଅଧିକ ରହୁଛି । ଶୀତଦିନ ବରଫ ପାତ ହେଉଥିବା ଜମ୍ମୁରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । କେତକସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।

ଜୁନ୍‌ ୬ ତାରିଖପରେ ଜଳବାୟୁରେ ପରିବର୍ତ୍ତନ ଦେଖାଦେବ ବୋଲି ପାଣିପାଗ ବିଭାଗ ପର୍ବାନୁମାନ କରିଛି ।

Comments are closed.