ଆଶ୍ଚର୍ଯ୍ୟ ହେଲେ ବି ସତ, ୧୩ ଥର ହୃଦଘାତ ପରେ ବି ବଞ୍ଚିଛନ୍ତି  ୪୧ ବର୍ଷିୟ ବ୍ୟକ୍ତି

0

ନୂଆଦିଲ୍ଲୀ:  ହୃଦ ଘାତ ହେବା ପରେ ମଣିଷର ଅବସ୍ଥା ସାଂଘାତିକ ହୋଇଥାଏ । ଦୁଇ କି ତିନିଥର ହୃଦଘାତ ହେଲେ ମଣିଷ ବଞ୍ଚିବା କଷ୍ଟକର ହୋଇ ପଡେ । ମାତ୍ର  ଦିଲ୍ଲୀରେ ଜଣେ ଲୋକଙ୍କୁ ୧୩ ଥର ହୃଦ ଘାତ ହେଲାଣି । ଏହାପରେ ବି ସେ ବଞ୍ଚିଛନ୍ତି ।

ଶୁଭଙ୍କର ଧର ଚୌଧୁରୀ ନାମକ ଏହି ବ୍ୟକ୍ତି କେତେ ଥର ହୃଦଘାତ ଯୋଗୁଁ ,  ବଞ୍ଚିବାର ଅନ୍ତିମ ସ୍ତରରେ ଉପନୀତ ହୋଇଛନ୍ତି । ମାତ୍ର  ସେ ସେହି ସମୟରେ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ନେବା ଯୋଗୁଁ ବଞ୍ଚିଯାଇଛନ୍ତି । ଶେଷରେ ତାଙ୍କର ହୃଦୟ ପ୍ରତ୍ୟାରୋପଣ କରାଯିବ । ୨୦୧୩ ମସିହାରେ ତାଙ୍କର ପେସ୍‌ମେକର ଲଗାଯାଇଥିଲା । ଏବେ ଲାଭାଡ୍‌ ଲଗାଯ।ଇଛି । ହୃଦଯନ୍ତ୍ର ମଧ୍ୟରେ ଏକ ପମ୍ପ ଲଗାଯାଇଛି । ଶକ୍ତି ସଂଯୁକ୍ତ କରାଯାଇ ଏହାକୁ ସକ୍ରିୟ କରାଯାଇଛି । ହୃଦୟ ପ୍ରତ୍ୟାରୋପଣ ପର୍ଯ୍ୟନ୍ତ ସେ ଏହି  ପ୍ରକ୍ରିୟାରେ ଜୀବିତ ରହି ପାରିବେ ।

Leave A Reply