୧୪ରେ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍‌ ପିଟିସନ ଶୁଣାଣି

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ ଫାଶୀକୁ ଅପେକ୍ଷା କରିଥିବା ବିନୟ କୁମାର ଶର୍ମା ଓ ମୁକେଶ ସିଂହର କ୍ୟୁରୋଟିଭ୍‌ ପିଟିସନ୍‌ (ପୁନର୍ବିଚାର ଆବେଦନ) ଉପରେ ସୁପ୍ରିମକୋର୍ଟ ଆସନ୍ତା ୧୪ତାରିଖରେ ଶୁଣାଣି କରିବେ। ଜଷ୍ଟିସ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆର.ଏଫ୍‌ ନରିମାନ୍‌, ଜଷ୍ଟିସ ଆର. ଭାନୁମତୀ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ଜଣିଆ ପୀଠ ଏହି ଆବେଦନର ଶୁଣାଣି କରିବେ। ନିର୍ଭୟା ଗଣବଳାତ୍କାର ଓ ହତ୍ୟାକାଣ୍ଡ ୨୦୧୨ ଡିସେମ୍ବର ୧୬ରେ ଘଟିଥିଲା ଓ ସେତେବେଳେ ବିନୟ ନାବାଳକ ଥିଲା ବୋଲି ଦର୍ଶାଇ ତାର ଓକିଲ ଏ.ପି ସିଂହ ଗୁରୁବାର ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ବା ପୁନର୍ବିଚାର ଆବେଦନ ଦାଖଲ କରିଥିଲେ। ଏହା ପରେ ମୁକେଶ ମଧ୍ୟ ସମାନ ଆବେଦନ କରିଥିଲା। ଏହି ଆବେଦନ ଦ୍ବାରା ଫାଶୀଦଣ୍ଡାଦେଶର ଦ୍ବିତୀୟ ସମୀକ୍ଷା ସୁଯୋଗ ରହିଛି। ପୂର୍ବରୁ ସୁପ୍ରିମକୋର୍ଟରେ ୪ ଅପରାଧୀଙ୍କ ସମୀକ୍ଷା ଆବେଦନ ଖାରଜ ହୋଇଯାଇଛି। ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତ ଆସନ୍ତା ୨୨ ତାରିଖ ସକାଳ ୭ରେ ମାମଲା ୪ ଅପରାଧୀଙ୍କୁ ଫାଶୀ ଦିଆଯିବ।

 

Comments are closed.