ବନାନା ଷ୍ଟ୍ରବେରୀ ସାଲାଡ

କଦଳୀ – ୨କପ
ଷ୍ଟ୍ରବେରୀ – ୧କପ
କିୱି – ୧କପ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଅଲିଭ ଅଏଲ – ସାମାନ୍ୟ
ଚାର୍ଟ ମସଲା – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ଲୁଣ – ସାମାନ୍ୟ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ କଦଳୀ, ଷ୍ଟ୍ରବେରୀ, କିୱିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଏଥିରେ ସାମାନ୍ୟ ଅଲିଭ ଅଏଲ ପକାଇ ଗୋଳାଇ ଦିଅନ୍ତୁ। ଏବେ ଗୋଲମରିଚ ଗୁଣ୍ଡ, ଲୁଣ , ଚାର୍ଟ ମସଲା ସାମାନ୍ୟ ଲେମ୍ବୁ ରସ ଉପରେ ଚିପୁଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବନାନା ଷ୍ଟ୍ରବେରୀ ସାଲାଡ଼।

Comments are closed.