ଭୁବନେଶ୍ୱରରେ ସେବା ଯୋଗାଇବ ଏମଜିଏମ ହେଲ୍ଥକେୟାର

ଭୁବନେଶ୍ୱର:ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ପାଇଁ ସୁପରିଚିତ ଚେନ୍ନାଇ ସ୍ଥିତ ପ୍ରସିଦ୍ଧ ସୁପର ସ୍ପେସିଆଲିଟି ହସ୍ପିଟାଲ୍‍ ଏମ୍‍.ଜି.ଏମ୍‍. ହେଲ୍ଥକେୟାର ଏବେ ସିମ୍ପଲି କେୟାର ଭାବରେ ଭୁବନେଶ୍ୱରରେ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛି। ଏମ୍‍.ଜି.ଏମ୍‍. ହେଲ୍ଥକେୟାରର ଅଭିଜ୍ଞ ଡାକ୍ତରମାନେ ପ୍ରତି ମାସରେ ଓଡ଼ିଶାବାସୀଙ୍କ ପାଇଁ ନୟାପଲ୍ଲୀସ୍ଥିତ ସିମ୍ପଲି କେୟାରଠାରେ ବର୍ହିବିଭାଗ ପରାମର୍ଶ ସେବା ଯୋଗାଇ ଦେବେ।

ଏହି ଅବସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଏମ୍‍.ଜି.ଏମ୍‍. ଦେବେର ଅଭିଜ୍ଞ ଇଏନଟି ବିଶେଷଜ୍ଞ ପ୍ରଫେସର ଡାକ୍ତର ସଞ୍ଜୀବ ମହାନ୍ତି, ସିମ୍ପଲି କେୟାରର ନିର୍ଦ୍ଦେଶକ ତଥା ଓଡ଼ିଶାର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସ୍ମରଜିତ୍‍ ପଟ୍ଟନାୟକଙ୍କ ସମେତ ଅନେକ ବରିଷ୍ଠ ଡାକ୍ତରମାନେ ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଲକ୍ଷ୍ୟରେ ଏମ୍‍.ଜି.ଏମ୍‍. ହେଲ୍ଥକେୟାର ଗୃପ୍‍ ଆଜି ଠାରୁ ଭୁବନେଶ୍ୱରଠାରେ ବର୍ହିବିଭାଗ ପରାମର୍ଶ ସେବା ଆରମ୍ଭ କରିଛି, ଆଗାମୀ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟ ଏଭଳି ବର୍ହିବିଭାଗ ସେବା ମଧ୍ୟ ଆୟୋଜନ କରାଯିବ ବୋଲି ଡାକ୍ତର ସଞ୍ଜୀବ ମହାନ୍ତି କହିଛନ୍ତି।

Comments are closed.