ଛତୁଆ ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ

ଛତୁଆରେ ଭରପୁର ମାତ୍ରରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଛି। ଏହାର ଉପକାରିତା ଗୁଣ ବିଷୟରେ ଜାଣନ୍ତୁ……
ଛତୁଆ ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ଫଳରେ କାର୍ୟ୍ୟ କରିବା ସମୟରେ ହାଲିଆ ଅନୁଭବ ହୋଇନଥାଏ।
ରକ୍ତଚାପ ଜନିତ ରୋଗୀଙ୍କ ପାଇଁ ମଧ୍ୟ ବେଶ ହିତକାରକ।
ଛତୁଆକୁ ସଠିକ ମାତ୍ରାରେ ସେବନ କରିବା ଦ୍ୱାରା ଏହା ମୋଟାପଣ ହ୍ରାସ କରିଥାଏ।
ନିଜର ସ୍ୱାଦ ଅନୁଯାୟୀ ଆପଣ ଛତୁଆରେ ଚିନି କିମ୍ବା ଲୁଣ ବ୍ୟବହାର କରି ସେବନ କରିପାରିବେ।
ଛତୁଆ ଖାଇବା ଦ୍ୱାରା ଅଧିକ ସମୟ ପର୍ୟ୍ୟନ୍ତ ଭୋକ ଲାଗିନଥାଏ। ଯେଉଁମାନଙ୍କୁ ବାରମ୍ବାର ଭୋକ ଲାଗେ, ସେମାନଙ୍କ ପାଇଁ ଏହା ଖୁବ ଲାଭଦାୟକ।
ଏଥିରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି।
ଏହାକୁ ଖାଇବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହାର ସେବନ ଦ୍ୱାରା ଯକୃତ ସୁସ୍ଥ ରହିଥାଏ।
ଏଥିରେ ଆଇରନ, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ସୋଡ଼ିୟମ ଆଦି ରହିଥିବାରୁ ଏହା ମଧୁମେହ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ଅଟେ।

Comments
Loading...