ସୁସ୍ଥ ଶରୀର ପାଇଁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସୁସ୍ଥ ରହିବା ପାଇଁ ଉପଯୁକ୍ତ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। ମାତ୍ର ବହୁ ଲୋକେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେଇନଥାଆନ୍ତି। କାର୍ୟ୍ୟାଳୟରେ କାମ କରୁଥିବା ଲୋକେ ଓ ପାଠ ପଢୁଥିବା ପିଲାମାନେ ନିଜ କାମ ପାଇଁ ରାତିରେ ବିଳମ୍ବରେ ଶୋଇଥାଆନ୍ତି। ଏହି କାରଣରୁ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଏପରି କିଛି ଖାଦ୍ୟଦ୍ରବ୍ୟକୁ ରହିଛି ଯାହାକୁ ରାତିରେ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ। ଜାଣନ୍ତୁ ତାହା କ’ଣ…….
ପରିବା ଆମଲେଟ –
ପରିବା ଆମଲେଟରେ ବହୁ ପ୍ରକାରର ପନିପରିବା ରହିଥାଏ। ଏହି କାରଣରୁ ଏଥିରେ ଫାଇବର, ପ୍ରୋଟିନ ସହ ଅନ୍ୟାନ୍ୟ ପୋଷକତତ୍ତ୍ୱ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ପର୍ୟ୍ୟାପ୍ତ ପରିମାଣରେ ପ୍ରୋଟିନ ମିଳିଥାଏ। ଫଳରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇନଥାଏ।
ଦଲିଆ –
ଦଲିଆରେ ଫାଇବର ଅଧିକ ପରିମାଣରେ ରହିଥାଏ। ଏହାକୁ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇନଥାଏ। ଅଧିକ ସମୟ ପେଟ ପୂରିବା ପରି ରହେ। ଏହା ଓଜନହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ। ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହାକୁ ରାତିରେ ଖାଇବା ଦ୍ୱାରା ନିଦ ମଧ୍ୟ ଭଲ ଭାବେ ହୋଇଥାଏ।
ବାଦାମ ଓ ଫଳ –
ରାତିରେ ବାଦାମ ଓ ଫଳ ଖାଇଲେ ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ। ଏହାକୁ ଖାଇବା ଦ୍ୱାରା ରାତିରେ ଭଲ ନିଦ ହେବା ସହ ପେଟ ପୂରି ରହିଥାଏ।

Comments are closed.