କରୋନା ଭାଇରସରୁ ରକ୍ଷା ପାଇବାକୁ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

କରୋନା ଭାଇରସ କାରଣରୁ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବା ବେଳେ ଏବେ ମଧ୍ୟ ଅଧିକ ସଂଖ୍ୟାରେ ଲୋକେ ଏଥିରେ ଆକ୍ରାନ୍ତ ରହିଛନ୍ତି। ଏହା ବର୍ତ୍ତମାନ ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ପାଲଟିଛି। ଏଥିରୁ ନିଜକୁ ରକ୍ଷା ପାଇବାକୁ ହେଲେ ଅଧିକ ସତର୍କତା ଅବଲମ୍ବନ କରିବା ସହ କେତେକ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ସେଭଳି କେତେକ ଖାଦ୍ୟପେୟ ବିଷୟରେ ……..
– ଯେକୌଣସି ଖାଦ୍ୟ ଖାଇବା ପୂର୍ବରୁ ହାତକୁ ସାବୁନରେ ୩୦ ସେକେଣ୍ଡ ଯାଏଁ ଭଲ ଭାବେ ଧୁଅନ୍ତୁ।
– ସମ୍ଭବତଃ ଆମିଷ ଖାଦ୍ୟକୁ କମ ପରିମାଣରେ ଖାଇବା ସହ ଏହାକୁ ଭଲ ଭାବେ ଅଧିକ ସମୟ ନିଆଁର ସଂସ୍ପର୍ଶରେ ରଖି ପ୍ରସ୍ତୁତ କରି ଖାଇବା ଉଚିତ।
– ଫଳକୁ ଖାଇବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇବା ଉଚିତ।
– କଞ୍ଚା ଜାତୀୟ ଯେକୌଣସି ଖାଦ୍ୟକୁ ଯଥାସମ୍ଭବ ନଖାଇବାକୁ ଚେଷ୍ଟା କରନ୍ତୁ।
– ସର୍ବଦା ଉଷୁମ ପାଣି ପିଅନ୍ତୁ।
– ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ।
– ତୁଳସୀ ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ଥଣ୍ଡା ଜାତୀୟ ବିଭିନ୍ନ ସମସ୍ୟା ଦୂର କରିଥାଏ। ଏହାସହ ଶରୀରକୁ ବିଭିନ୍ନ ସଙ୍କ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ପ୍ରତିଦିନ ୨ ରୁ ୩ଟି ତୁଳସୀ ପତ୍ର ନିଶ୍ଚୟ ଖାଆନ୍ତୁ।
– ଅଳ୍ପ ଗୋଲମରିଚ ଗୁଣ୍ଡ, ଅଦା ଗୁଣ୍ଡ ସହ ୩ ରୁ ୪ଟି ତୁଳସୀ ପତ୍ର ମିଶାଇ ଖାଇ ସାମାନ୍ୟ ଉଷୁମ ପାଣି ପିଅନ୍ତୁ।

Comments are closed.