www.samajalive.in
Sunday, December 7, 2025
16.1 C
Bhubaneswar

ଦୂରେଇ ରହିବ ରୋଗ ; ଏହି ଜିନିଷର କରନ୍ତୁ ସେବନ

ବର୍ତ୍ତମାନ ଲୋକଙ୍କ ମଧ୍ୟରେ କରୋନା,ମଙ୍କିଫକ୍ସ ଭଳି ଅନ୍ୟାନ୍ୟ ରୋଗକୁ ନେଇ ଭୟ ରହିଛି। ତେବେ ବିଭିନ୍ନ ପ୍ରକାରର ରୋଗରୁ ଶରୀରକୁ ଦୂରେଇ ରଖିବା ପାଇଁ କିଛି ସରଳ ଉପାୟ ରହିଛି। ଏଭଳି କିଛି ଖାଦ୍ୟ ରହିଛି,ଯାହାକୁ ସେବନ କରିବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ରୋଗ ଦୂରେଇ ରହିଥାଏ। ଜାଣନ୍ତୁ…
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଅମୃତଭଣ୍ଡାରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମସ୍ତିଷ୍କକୁ ସୁସ୍ଥ ରଖିଥାଏ। ଏହାସହ ଭିଟାମିନ ସିରେ ଭରପୁରରେ ଖାଦ୍ୟପଦାର୍ଥ ଲେମ୍ବୁ,ଅଁଳା,କମଳା,ଚେରି ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।
ତେଜପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ସହ ଏହା ପାଚନ ପାଇଁ ମଧ୍ୟ ଉପକାରୀ। ଏଥିରେ ଥିବା ଏକ ପ୍ରକାର ପୋଷକ ତତ୍ତ୍ୱ ବିଭିନ୍ନ ଯନ୍ତ୍ରଣାକୁ ଦୂର କରିଥାଏ। ଏହି ପତ୍ରକୁ ବ୍ୟବହାର ଦ୍ୱାରା ଥଣ୍ଡା,ଜ୍ୱର,କାଶ ଆଦି ସମସ୍ୟା ଦୂର ହୋଇଥାଏ। ଏହା ଗ୍ୟାଷ୍ଟ୍ରିକ,ପାଚନର ଅନେକ ସମସ୍ୟାକୁ ଦୂର କରିଥାଏ।
ପୁଦିନା ପତ୍ରରେ ବିଭିନ୍ନ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ପୁଦିନାପତ୍ର ସେବନ ଦ୍ୱାରା ମାଂସପେଶୀ ଓ ପାଚନକୁ ଆରାମ ଅନୁଭବ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ପୁଦିନାପତ୍ରର ନିୟମିତ ସେବନ ଦ୍ୱାରା ବିଭିନ୍ନ ପ୍ରକାର ସ୍ରଂକମଣ,କାଶ ଆଦି ଦୂର ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ତୁଳସୀ ପତ୍ରରେ ଆଣ୍ଟି-ବ୍ୟାକ୍ଟେରିୟଲ ସହ ଅନ୍ୟ ବହୁ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହ ମୁଣ୍ଡ ବିନ୍ଧା ଦୂର କରିଥାଏ। ଥଣ୍ଡାକୁ ମଧ୍ୟ ଶରୀର ଠାରୁ ଦୂରେଇ ରଖେ।
ଦହି ଅନେକ ରୋଗ ସହ ଲଢେଇ କରିବାରେ ସହାୟକ ହୋଇଥାଏ। ଭିଟାମିନ ଡିର ଏହା ଏକ ଉତ୍ତମ ସ୍ରୋତ। ଏହା ରୋଗ ଠାରୁ ଶରୀରକୁ ଦୂରେଇ ରଖିବାରେ ପ୍ରାକୃତିକ ଭାବେ ସୁରକ୍ଷା ପ୍ରଦାନ କରିଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories