ଏପରି କରୁଥିଲେ ସାବଧାନ

ଆମିଷ –
ଯେକୌଣସି ଆମିଷକୁ ଫ୍ରିଜରେ ରଖି ପାରିବେ । ମାତ୍ର ୨ ଦିନରୁ ଅଧିକ ଦିନ ଯାଏଁ ରଖନ୍ତୁ ନାହିଁ।
ଫଳ ଓ ପନିପରିବା –
ସେଓ, ପିଜୁଳି ଆଦି ଫଳକୁ ଫ୍ରିଜରେ ରଖିପାରିବେ। ମାତ୍ର କଦଳୀ, ଆମ୍ବ ଏହାକୁ ଫ୍ରିଜରେ ରଖିଲେ ସଢି ଯାଇ ନଷ୍ଟ ହୋଇଯାଏ। ପନିପରିବାକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ। କଟା ପିଆଜ ଆଦୌ ଫ୍ରିଜରେ ରଖନ୍ତୁ।
ଅଣ୍ଡା –
ଅଣ୍ଡାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି। ମାତ୍ର ଏହାକୁ କଞ୍ଚା କିମ୍ବା ପ୍ରସ୍ତୁତ କରି ଫ୍ରିଜରେ ରଖିଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ। ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଆବଶ୍ୟକ ପରିମାଣରେ ଅଣ୍ଡା ଆଣି ଏହାକୁ ସେହି ଦିନ ହିଁ ବ୍ୟବହାର କରନ୍ତୁ। ଫ୍ରିଜରେ ରଖନ୍ତୁ ନାହିଁ।
ପନିର –
ପନିର ଫ୍ରିଜରେ ରଖିପାରିବେ। ମାତ୍ର ଏହାକୁ ଏକ ପ୍ଲାଷ୍ଟିକ ଡ଼ବା ମଧ୍ୟରେ ରଖି ପାଣି ଭର୍ତ୍ତି କରି ଡ଼ବାର ଖୋଳ ବନ୍ଦ କରନ୍ତୁ ଯେପରି ଏହା ପାଣିରେ ଡ଼ୁବିବା ଭଳି ରହିବ।
ପାଉଁରୁଟି –
ପାଉଁରୁଟିର ପ୍ୟାକେଟକୁ ଖୋଲିବା ପରେ ଏହାକୁ ଗୋଟିଏ ଦିନରୁ ଅଧିକ ଫ୍ରିଜରେ ରଖନ୍ତୁ ନାହିଁ। ମାତ୍ର ଯଦି ପ୍ୟାକେଟ ଖୋଲି ନଥିବେ , ତେବେ ଏହାକୁ ୨ ଦିନ ଫ୍ରିଜରେ ରଖି ପାରିବେ।

Comments are closed.