ଆନ୍ତର୍ଜାତିକ ଚା’ ଦିବସ: ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଏହି ଚା’

ଡ଼ିସେମ୍ବର ୧୫ ଅର୍ଥାତ ଆଜି ହେଉଛି ଆନ୍ତର୍ଜାତିକ ଚା’ ଦିବସ। କ୍ଷୀର ଚା’, ଲେମ୍ବୁ ଚା’ ଆଦି ହେଉଛି ସାଧାରଣ ଚା’। ମାତ୍ର ଏହା ବ୍ୟତୀତ ଅନ୍ୟ କେତେକ ଚା’ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଜାଣନ୍ତୁ ….
ବର୍ତ୍ତମାନ ଅଧିକାଂଶ ଲୋକେ ନିଜର ମୋଟାପଣ ପାଇଁ ବେଶ ଚିନ୍ତିତ। ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ମଧ୍ୟ ଆପଣେଇ ଥାଆନ୍ତି। ଏପରି କେତେକ ଚା’ ରହିଛି ଯାହାକୁ ସେବନ କରିବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ।
ଡ଼ାଲଚିନି ଚା’ –
ଡ଼ାଲଚିନି ଚା’ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ। ରାତିରେ ଶୋଇବା ପୂର୍ବରୁ ଡ଼ାଲଚିନି ଚା’ ପିଅନ୍ତୁ। ଏଥିରେ ବହୁ ପ୍ରକାରର ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଣ୍ଟିବାୟୋଟିକ ଗୁଣ ରହିଛି। ଆପଣ ଡ଼ାଲଚିନି ଚା’ରେ ସାମାନ୍ୟ ମହୁ ମିଶାଇ ପିଇପାରିବେ। ଏହାକୁ ପିଇବା ଦ୍ୱାରା ଆପଣ ସତେଜନା ମଧ୍ୟ ଅନୁଭବ କରିବେ।
ଏପରି ପ୍ରସ୍ତୁତ କରନ୍ତୁ ଡ଼ାଲଚିନି ଚା’ –
ଏକ କପ ଗରମ ପାଣିରେ ଏକ ଚାମଚ ଡ଼ାଲଚିନି ଗୁଣ୍ଡ ପକାଇ ଗୋଳାନ୍ତୁ। ଶୋଇବାର ଅଧଘଣ୍ଟା ପୂର୍ବରୁ ଏହାକୁ ପିଅନ୍ତୁ।
ମେଥି ଦାନାର ଚା’ –
ନିଜର ଓଜନ ହ୍ରାସ ପାଇଁ ମେଥି ଚା’ ବେଶ ଉପକାରୀ।  ମେଥି ଦାନାକୁ ପାଣିରେ ପକାଇ ପିଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଆପଣ ଶୋଇବାର ଏକ ଘଣ୍ଟା ପୂର୍ବରୁ ମେଥି ଗୁଣ୍ଡକୁ ପାଣିରେ ପକାଇ ପିଇପାରିବେ।
ହଳଦୀ ଚା’ –
ହଳଦୀ ଚା’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୨କପ ପାଣି ଫୁଟାନ୍ତୁ। ଏଥିରେ ଛୋଟ ଖଣ୍ଡ ହଳଦୀ ପକାନ୍ତୁ। ଖଣ୍ଡ ହଳଦୀ ନଥିଲେ ୧ ଚାମଚରୁ କମ ହଳଦୀ ଗୁଣ୍ଡ ପକାଇ ପାରିବେ। ଏହାକୁ ୨ ରୁ ୩ ମିନିଟ ଗ୍ୟାସରେ ବସାଇ ଫୁଟାନ୍ତୁ। ସକାଳେ ନିୟମିତ ଏହି ଚା’ ପିଇଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।
ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ହଳଦୀରେ ଆଣ୍ଟି-ଇନଫ୍ଲେଲାମେଟ୍ରୀ ଗୁଣ ରହିଛି। ଯାହାକୁ ଆମକୁ ବହୁ ରୋଗରୁ ରକ୍ଷା କରେ। ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଦୂର କରେ।

Comments are closed.