ଏହି ଉପାୟରେ ଦୂର କରନ୍ତୁ କୋଷ୍ଠକାଠିନ୍ୟ ସମସ୍ୟା

ବର୍ତ୍ତମାନ ସମୟରେ କୋଷ୍ଠକାଠିନ୍ୟ ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି କାରଣରୁ ସଭିଏଁ ଖୁବ ଚିନ୍ତିତ ମଧ୍ୟ ରହିଥାଆନ୍ତି। ମାତ୍ର କେତେକ ସହଜ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।
କୋଷ୍ଠକାଠିନ୍ୟ ଦୂର ପାଇଁ ଲୁଣ କୌଣସି ଆଶୀର୍ବାଦରୁ କମ ନୁହେଁ। ଏତଦ ବ୍ୟତୀତ ଆପଣ ସାଲାଡ଼ରେ ଟମାଟୋରେ ସାମାନ୍ୟ ଲୁଣ ପକାଇ ଖାଆନ୍ତୁ। ଏପରି କରିବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ନିମୟିତ ଶୁଦ୍ଧ ଗହମର ରୁଟି ସହ କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ପିଜୁଳି, ପାଚିଲା କଦଳୀ, ବରକୋଳି, ପୋଟଳ, ବାଇଗଣ, ଅମୃତଭଣ୍ଡା, ଅଙ୍ଗୁର, ଆଳୁ ଆଦି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।
ସାମାନ୍ୟ ତେନ୍ତୁଳି ସହ ଅଳ୍ପ ଗୁଡ଼ର ଚଟଣି ଖାଆନ୍ତୁ। ଏହା ମଧ୍ୟ କୋଷ୍ଠକାଠିନ୍ୟକୁ ଦୂର କରିଥାଏ।

Comments are closed.