ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ପରିବା ଓ ଫଳ

ସବୁଜ ପନିପରିବାରେ ବହୁ ପୋଷ୍ଟିକ ତତ୍ତ୍ୱ ରହିଛି। ମାତ୍ର ଲାଲ ରଙ୍ଗର ପରିବା ଓ ଫଳରେ ମଧ୍ୟ ବହୁ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଲାଲ ରଙ୍ଗର ପ୍ରତ୍ୟେକ ପନିପରିବା ଓ ଫଳରେ ବହୁ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ବହୁ ରୋଗରୁ ରକ୍ଷା ମିଳିଥାଏ। ହୃଦୟ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। ଜାଣନ୍ତୁ ସେଭଳି ପନିପରିବା ଓ ଫଳ ବିଷୟରେ ….
ବିଟ୍‍ –
ବିଟ୍‍ରେ ବହୁ ପରିମାଣରେ ପୋଟାସିୟମ, ଫାଇବର, ଭିଟାମିନ ସି, ଭିଟାମିନ ଏ, ନାଇଟ୍ରେଟ ଅଧିକ ପରିମାଣରେ ଥାଏ। ବିଟ୍‍ କିମ୍ବା ଏହାର ଜୁସ୍‍କୁ ପିଇବା ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
ଟମାଟୋ –
ଏଥିରେ ଭିଟାମିନ ସି, ଲାଇକୋପିନ , ପୋଟାସିୟମ ଅଧିକ ମାତ୍ରାରେ ରହିଛି। ତେଣୁ ଏହାକୁ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର କର୍କଟ ରୋଗରୁ ରକ୍ଷା କରିଥାଏ।
ଲାଲ ଗାଜର –
ଏଥିରେ ପୋଟାସିୟମ, ଜିଙ୍କ୍‍ , ଫସଫରସ, ଲାଇକୋପିନ, ମାଙ୍ଗାନିଜ , କୋପର , ଆଇରନ, କ୍ୟାଲସିୟମ, ଅନ୍ୟ ବହୁ ପ୍ରକାରର ଭିଟାମିନ ରହିଛି । ଏହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ।
ଡ଼ାଳିମ୍ବ –
ଏଥିରେ ଫାଇବର , ପ୍ରୋଟିନ , ଭିଟାମିନ ସି, ଭିଟାମିନ କେ ଆଦି ବହୁ ପରିମାଣରେ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ଅଧିକ ହେବା ସହ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଲାଲ ପିଆଜ –
ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର କମିଥାଏ, ଯକୃତ ପାଇଁ ଏହା ଖୁବ ଲାଭଦାୟକ ଅଟେ। ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ।

Comments are closed.