ହେଡ଼ଫୋନର ଅଧିକ ବ୍ୟବହାର କରୁଛନ୍ତି କି ? ଏହା ଆପଣଙ୍କ ପାଇଁ କ୍ଷତିକାରକ

0

ବର୍ତ୍ତମାନର ସମୟରେ ସଭିଏଁ ସ୍ମାର୍ଟ ଫୋନର ବ୍ୟବହାର କରିଥାଆନ୍ତି। ବହୁ ଲୋକଙ୍କ ଅଧିକାଂଶ ସମୟ ଫୋନରେ ସାଥିରେ ହିଁ ଅତିବାହିତ ହୋଇଥାଏ। ଫୋନ ସହ ଆମେ ହେଡ଼ଫୋନର ମଧ୍ୟ ବ୍ୟବହାର କରିଥାଉ। ଯୁବପିଢୀ ଅଧିକାଂଶ ହେଡ଼ଫୋନର ବ୍ୟବହାର କରିଥାଆନ୍ତି। ଏପରିକି ଶୋଇବା ସମୟରେ ବହୁ ଲୋକେ ହେଡ଼ଫୋନରେ ଗୀତ ଶୁଣି ଶୋଇଥାଆନ୍ତି। ମାତ୍ର ଆପଣ ହୁଏତ ଜାଣନଥିବେ ହେଡ଼ଫୋନର ଅଧିକ ବ୍ୟବହାର ଫଳରେ ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପଡ଼ିଥାଏ। ଜାଣନ୍ତୁ ଏହା ଅଧିକ ବ୍ୟବହାର ସ୍ୱାସ୍ଥ୍ୟର କି କ୍ଷତି କରିଥାଏ….
ଶୋଇବା ସମୟରେ ହେଡ଼ଫୋନରେ ଗୀତ ଶୁଣିବା ଫଳରେ ଏହା କାନର ପରଦା ଉପରେ କୁପ୍ରଭାବ ପକାଇଥାଏ। ଫଳରେ କମ ବୟସରେ ମଧ୍ୟ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ।
ଲଗାତାର ହେଡ଼ଫୋନରେ ଗୀତ ଶୁଣିବା ଦ୍ୱାରା ଶ୍ରବଣ ଶକ୍ତି କମ ହୋଇଥାଏ। ସାଧାରଣତଃ ୯୦ଡ଼େସିମଲ ଠାରୁ ଅଧିକ ଜୋରରେ ଶବ୍ଦ ହେଲେ କାନ ପାଇଁ କ୍ଷତିକାରକ ଅଟେ। ଯେଉଁମାନେ ଅଧିକ ଜୋରରେ ଗୀତ ଶୁଣନ୍ତି, ସେମାନଙ୍କର କାନର ବହୁ ସମସ୍ୟା ସୃଷ୍ଟି ହୋଇଥାଏ।
ବହୁ ଲୋକେ ନିଜର ହେଡ଼ଫୋନ ବ୍ୟବହାର କରିବା ସହ ଅନ୍ୟମାନଙ୍କ ହେଡ଼ଫୋନ ମଧ୍ୟ ବ୍ୟବହାର କରିଥାଆନ୍ତି। ଏହାଦ୍ୱାରା କାନ ଭିତରକୁ ଜୀବାଣୁ ପ୍ରବେଶ କରିଥାଆନ୍ତି। ଫଳରେ କାନ ସଂକ୍ରମଣ ହୋଇଥାଏ।
ହେଡ଼ଫୋନର ବ୍ୟବହାର କରିବା ଦ୍ୱାରା ଏକାଗ୍ରତା ହ୍ରାସ ପାଇଥାଏ। କୌଣସି କାର୍ଯ୍ୟ ଏକାଗ୍ରତା ସହ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।

Leave A Reply