ଷ୍ଟ୍ରିଟ୍ ଫୁଡ୍‌ର ଆଦର ହ୍ରାସ

ଲୋକେ ବର୍ତ୍ତମାନ ସତର୍କ ହୋଇଗଲେଣି। ମହାମାରୀର ପ୍ରକୋପରୁ ରକ୍ଷା ପାଇବା ନିମନ୍ତେ ସଚେତନ ରହିବା ହିଁ ପ୍ରମୁଖ ଔଷଧ। ଅଧିକାଂଶ ଏବେ ବାହାରେ କାମ ପାଇଁ ଯାତାୟତ କରୁଛନ୍ତି କିନ୍ତୁ ଅଯଥାରେ ବାହାରେ ରହିବାକୁ ମଧ୍ୟ ପସନ୍ଦ କରୁନାହାନ୍ତି। ନିକଟରେ ଦିଲ୍ଲୀର ଏକ ଅନ୍-ଲାଇନ୍ ପୋର୍ଟାଲ୍ ଭାରତର ପ୍ରମୁଖ ମହାନଗରୀ, ନଗରୀଗୁଡ଼ିକର ଲୋକଙ୍କ ମତାମତ ନେଇଥିଲା।
– ୪୫% ଲୋକ କହିଥିଲେ, ଏବେ ବାହାରକୁ ଯିବା ପୂର୍ବରୁ ଭୟ ସେମାନଙ୍କ ମନରେ ରହୁଛି। ନିଜର ଓ ପରିବାରଲୋକଙ୍କ ଚିନ୍ତା ସବୁବେଳେ ଘାରୁଥିବାବେଳେ ରୋଗ କେଉଁ ସମୟରେ ସଂକ୍ରମିତ କରିବ, ତାହାର ମଧ୍ୟ ପୂର୍ବାନୁମାନ କରିହେଉନାହିଁ।
– କଲକତା, ମୁମ୍ବଇ, ଦିଲ୍ଲୀର ୫୧%ରୁ ଅଧିକ ଲୋକଙ୍କ ମତ ମହାମାରୀର ଭୟରେ ସେମାନଙ୍କ ଷ୍ଟ୍ରିଟ୍ ଫୁଡ୍ ଖାଇବାର ଅଭ୍ୟାସ ସମ୍ପୂର୍ଣ୍ଣ ବନ୍ଦ। କାରଣ ରାସ୍ତାକଡ଼ରେ ଲାଗୁଥିବା ଏଇ ଠେଲା, ଫାଷ୍ଟଫୁଡ୍ ଦୋକାନର ଭିଡ଼ରୁ ସେମାନେ ନିଜକୁ ସୁରକ୍ଷିତ ରହିବାକୁ ଚାହୁଁଛନ୍ତି।
– ବେଙ୍ଗାଲୁରୁ ନିବାସୀ କ୍ରିଷ୍ଣା, ୯ ବର୍ଷ ହେଲା ଆମ୍ବେଦକର ରୋଡ୍ ପାଖରେ ଦୋସା ଷ୍ଟଲ୍ କରିଥିବାର ପ୍ରକାଶ। ଏଇ ବ୍ୟବସାୟରୁ ଲାଭ କରି ଆଜି ସେ କାର୍ କିଣି ସେଠାରେ ଛୋଟ ଫ୍ଲାଟ୍‌ଟିଏ ମଧ୍ୟ କିଣିଛନ୍ତି। ମହାମାରୀ କାରଣରୁ ଲକ୍-ଡାଉନ୍ ସମୟରେ ଦେଢ଼ ମାସ ହାତ ବାନ୍ଧି ବସିଲେ। ଏବେ ଦୋକାନ ଖୋଲିବା ପରେ ତାଙ୍କ ପାଖକୁ ଦିନକୁ ୫-୬ଜଣ ଗ୍ରାହକ ଆସୁଛନ୍ତି। ହୋମ୍-ଡେଲିଭରୀ ପାଇଁ ମଧ୍ୟ ଗ୍ରାହକଙ୍କର ଆଗ୍ରହ ନାହିଁ।
– ଯୁବପିଢ଼ିଙ୍କର ସମାନ ମତ। ଚଟାପଟା ଷ୍ଟ୍ରିଟ୍ ଫୁଡ୍ ଖାଇବାର ଲୋଭକୁ ସେମାନେ ଏବେ ନିୟନ୍ତ୍ରଣ କରି ରଖିଥିବାର କହିଛନ୍ତି ୨୫ ବର୍ଷୀୟା ଶ୍ରୁତି। ଅନ୍ତତଃ ଭ୍ୟାକ୍ସିନ୍ ନ ବାହରିବା ପର୍ଯ୍ୟନ୍ତ ସେ ଓ ତାଙ୍କ ସାଥିମାନେ ରାସ୍ତା କଡ଼ ଦୋକାନରେ ଖାଇବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।

Comments are closed.