ମଇଦାର ଅତ୍ୟଧିକ ସେବନ ହୋଇପାରେ କ୍ଷତିକାରକ

0

ସାଧାରଣତଃ ଆମ ରୋଷେଇ ଘରେ ମଇଦା ନିଶ୍ଚୟ ଉପଲବ୍ଧ ରହିଥାଏ। ଏହାକୁ ଆମେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବାରେ ବ୍ୟବହାର କରିଥାଉ। କିଛିଲୋକ ତ ପ୍ରାୟ ଅଧିକାଂଶ ଦିନ ମଇଦାରୁ ପ୍ରସ୍ତୁତ ଖାଦ୍ୟ ଖାଇଥାଆନ୍ତି। ହେଲେ ଖୁବ୍‍ କମ୍‍ ଲୋକ ଏ ବିଷୟରେ ଜାଣନ୍ତି ଯେ, ମଇଦାରୁ ପ୍ରସ୍ତୁତ ଖାଦ୍ୟର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ତେଣୁ ସନ୍ତୁଳିତ ମାତ୍ରାରେ ମଇଦାର ବ୍ୟବହାର କରିବା ଉଚିତ। ତେବେ ଚାଲନ୍ତୁ ଜାଣିବା ମଇଦାର ଅତ୍ୟଧିକ ସେବନ ଦ୍ୱାରା ଆମର କି କ୍ଷତି ହୋଇଥାଏ –

୧. ମଇଦାରୁ ପ୍ରସ୍ତୁତ ଖାଦ୍ୟର ଅତ୍ୟଧିକ ସେବନ ଦ୍ୱାରା ମୋଟାପଣ ବୃଦ୍ଧି ପାଇଥାଏ।
୨. ଏହାକୁ ଅଧିକ ପରିମାଣରେ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ।
୩. ମଇଦାର ଅତ୍ୟଧିକ ସେବନ ଦ୍ୱାରା ଫୁଡ଼୍‍ ଆଲର୍ଜି ହେବାର ଆଶଙ୍କା ଥାଏ।
୪. ଏହାଦ୍ୱାରା ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ।
୫. ଏହା ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପକାଇଥାଏ।
୬. ମଇଦା ମଧ୍ୟ ମଧୁମେହ ଓ ଗଣ୍ଠିବାତ ସମସ୍ୟାର କାରଣ ହୋଇଥାଏ।

Leave A Reply