ନିଟ୍‌ ପିଜି ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ମାର୍ଚ୍ଚରେ ହେବାକୁ ଥିବା ସ୍ନାତକୋତ୍ତର ସର୍ବଭାରତୀୟ ଡାକ୍ତରୀ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ପରୀକ୍ଷା ୬ରୁ ୮ ସପ୍ତାହ ସ୍ଥଗିିତ ହେବା ନେଇ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାର୍ଚ୍ଚ ୧୨, ୨୦୨୨ରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଅନେକ ଏମବିବିଏସ ଛାତ୍ରଛାତ୍ରୀ ସ୍ନାତକୋତ୍ତର ପରୀକ୍ଷା ଘୁଞ୍ଚାଇବାକୁ ନିବେଦନ କରିବା ପରେ ଆଜି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି। ୬-୮ ସପ୍ତାହ ପରେ ମନ୍ତ୍ରାଳୟ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିବ।

ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ଏକ ଆବେଦନପତ୍ରରେ ଦର୍ଶାଇଥିଲେ ଯେ ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଅବଧି ସମାପ୍ତ ହୋଇ ନ ଥିବାରୁ ଅନେକ ଏମବିବିଏସ ସ୍ନାତକ ଛାତ୍ର ମାର୍ଚ୍ଚ ୨୦୨୨ ନିଟ୍‌ ପରୀକ୍ଷା ଦେଇପାରିବେ ନାହିଁ। ତେଣୁ ପରୀକ୍ଷାକୁ ସ୍ଥଗିତ ରଖିବା ଉଚିତ୍।

 

Comments are closed.