ପୂଜା ଋତୁ ପାଇଁ ଏସଓପି ଜାରି କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଆସୁଛି  ପୂଜା ଋତୁ। ପୂଜା ସମୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶୀକା ଜାରି କରିଛି । ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅନେକ ପୂଭା ପର୍ବ ଓ ମହୋତ୍ସବ ଅନୁଷ୍ଠିତ ହେବ। ଏହି ସମୟରେ ଅଧିକ ଜନସମାଗମର ସମ୍ଭବନା ରହିଛି। ସେ ଦୃଷ୍ଟିରୁ ମନ୍ତ୍ରଣାଳୟ
କୋଭିଡ ସଂକ୍ରମଣ ରୋକିବା ପାଇଁ ଏହି ଏସଓପି ଜାରି କରିଛି।

ୟଏଥିରେ ୬୫ ବର୍ଷ ବୟରୁ ଅଧିକ ବୟସର ବ୍ୟକ୍ତି, ଅନ୍ୟାନ୍ୟ ରୋଗରେ ପୀଡ଼ିତ ଲୋକ, ଗର୍ଭବତୀ ମହିଳା ଓ ୧୦ବର୍ଷରୁ କମ୍‍ ବୟସର ପିଲାମାନଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି। ମହୋତ୍ସବ ଗୁଡ଼ିକ ପାଇଁ ଅଧିକ ସ୍ଥାନର ବ୍ୟବସ୍ଥା କରିବା, କୋଭିଡ କଟକଣା ଗୁଡ଼ିକର ଠିକ୍‍ ଭାପେ ପାଳନ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା, ଥର୍ମାଲ୍‍ ସ୍କ୍ରିନିଂ, ଶାରୀରିକ ଦୂରତା ଓ ସାନିଟାଇଜେସନ୍‍ର ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ
ପ୍ରଶାସନକୁ କହିଛି।

ଧାର୍ଯ୍ୟ ସୀମାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯିବ ନାହିଁ ଓ ଲୋକମାନଙ୍କ ମଧ୍ୟରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖାଯିବ। ଏଥିସହିତ ସମସ୍ତଙ୍କ ପାଇଁ ମାସ୍କ୍‍ ପରିଧାନ ବାଧ୍ୟତା ମୂଳକ କରାଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶୀକା

୧. ଉତ୍ସବ ପାଇଁ ପ୍ରଶାସନ ସ୍ୱତନ୍ତ୍ର ସୀମା ଚିହ୍ନଟ କରିବା ସହ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବେ ଯାହା ଫଳରେ ସାମାଜିକ ଦୂରତା ବ୍ୟତୀତ ସହଜରେ ଥର୍ମାଲ ସ୍କ୍ରିନିଂ ଓ ପରିମଳ ବ୍ୟବସ୍ଥା ପାଳନ ହୋଇପାରିବ
୨. ବିସର୍ଜନ ସମୟରେ ଲୋକ ସଂଖ୍ୟା ନିର୍ଦ୍ଧାରଣ କରିବା ଓ ଉପଯୁକ୍ତ ଶାରୀରିକ ଦୂରତା ଏବଂ ମାସ୍କ ପିନ୍ଧିବା ନିଶ୍ଚିତ କରିବା
୩. ବହୁଦିନ ଧରି ଚାଲିବାକୁ ଥିବା ପ୍ରଦର୍ଶନୀ, ମେଳା, ପୂଜା ମଂଚ, ରାମଲିଳା ମଂଚ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମଗୁଡିକରେ ନିର୍ଦ୍ଧାରିତ ଲୋକସଂଖ୍ୟା ସ୍ଥିର କରିବା
୪. ସମସ୍ତ କାର୍ଯ୍ୟକ୍ରମ କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଅନୁମତି ଦିଆଯିବ
୫. କଣ୍ଟେନମେଣ୍ଟ ଜୋନ୍ ଭିତରେ ରହୁଥିବା ଲୋକ ନିଜ ଘରେ ସମସ୍ତ ପର୍ବ ପାଳନ କରିବାକୁ ଉତ୍ସାହିତ କରାଯିବ
୬. ଶାରୀରିକ ଦୂରତା ପାଳନ ଏବଂ ମାସ୍କ ପିନ୍ଧିବା ଉପରେ ନଜର ରଖିବା ପାଇଁ ସମସ୍ତ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଇବା
୭. ସର୍ବସାଧାରଣ ସ୍ଥାନରେ ସର୍ବନିମ୍ନ ଛଅ ଫୁଟର ଦୂରତା ବଜାୟ ରଖିବା
୮. ଧାର୍ମିକ ସ୍ଥାନରେ ମୂର୍ତ୍ତି ଏବଂ ଧର୍ମଗ୍ରନ୍ଥ ଛୁଇଁବାକୁ ଅନୁମତି ଦିଆଯିବ ନାହିଁ

Comments are closed.