ବାୟୋଲୋଜିକାଲ-ଇ ଯୋଗାଇବ ୩୦ କୋଟି ଟିକା

ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ଉତ୍ପାଦନ କରିବ ଏହି ଟିକା

ନୂଆଦିଲ୍ଲୀ : ଦେଶରେ ଖୁବ ଶୀଘ୍ର ଉପଲବ୍ଧ ହେବ ଆଉ ଏକ ସ୍ୱଦେଶୀ କରୋନା ଟିକା।  ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହାଇଦ୍ରାବାଦର ଟିକା ନିର୍ମାତା ବାୟୋଲୋଜିକାଲ-ଇ ସହିତ
୩୦ କୋଟି ଡୋଜ୍‍ ଟିକା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛି।
ଆସନ୍ତା ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ କମ୍ପାନୀ ଏହି ଟିକା ଉତ୍ପାଦନ କରିବ। ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଗ୍ରିମ ୧୫ଶହ କୋଟି ଟଙ୍କା ପ୍ରଦାନ କରିବ। ବାୟୋଲୋଜିକାଲ-ଇ କୋଭିଡ ପ୍ରତିଷେଧକ ଟିକାର
ଏବେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍‍ ପରୀକ୍ଷଣ ଜାରି ରହିଛି। ଏହାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକ୍‍ ପରୀକ୍ଷଣ ବେଶ୍‍ ଉତ୍ସାହଜନକ ରହିଥିଲା। ଜାତୀୟ ଟିକାକରଣ ବିଶେଷଜ୍ଞ କମିଟି ଏହି ଟିକାର ବ୍ୟବହାରକୁ ମଞ୍ଜୁରୀ
ପ୍ରଦାନ କରିଛି। କୋଭାକ୍ସିନ ପରେ ଏହା ହେବ ଭାରତର ଦ୍ୱିତୀୟ ସ୍ୱଦେଶୀ ଟିକା।

Comments are closed.