ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ ସମୟରେ ଦରମା ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ସମ୍ବନ୍ଧୀୟ କର୍ତ୍ତବ୍ୟ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ କୌଣସି ପ୍ରକାର ତ୍ରୁଟି ବିଚ୍ୟୁତିକୁ ଅପରାଧ ଭାବରେ ଗ୍ରହଣ କରାଯିବା ସହ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଆବଶ୍ୟକସ୍ଥଳେ ହସ୍ପିଟାଲ ଓ ପରିଚାଳନା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା କେତେକ ରିଟ୍ ପିଟିସନ୍ ଏବଂ ମଧ୍ୟବର୍ତ୍ତୀକାଳୀନ ଆବେଦନର ବିଚାର ପରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ର ଧାରା ୧୦ (୨) ଅନୁଯାୟୀ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୋଭିଡ-୧୯ ସମ୍ବନ୍ଧୀୟ କର୍ତ୍ତବ୍ୟ କରୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦରମା ଠିକ୍ ସମୟରେ ପ୍ରଦାନ କରିବାକୁ କୁହାଯାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ଶାସନ ସଚିବଙ୍କ ସମେତ ଦେଶରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏଏମଏସ)ର ନିର୍ଦ୍ଦେଶକ ଓ ସମସ୍ତ ସରକାରୀ ଡାକ୍ତରଖାନାଗୁଡିକର ଅଧିକ୍ଷକମାନଙ୍କ ନିକଟକୁ ଏହି ନିର୍ଦ୍ଦେଶ ପଠାଯାଇଛି।

Comments are closed.