ସଟଡାଉନ ଟ୍ବିଟ୍ : ସାମାଜିକ ଗଣମାଧ୍ୟମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଲୋକହସା

ସମାଲୋଚନା ପରେ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ ଡିଲିଟ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ଟ୍ୱିଟର ଓ ଫେସବୁକ ପେଜରେ ରବିବାରଠାରୁ ଅର୍ଥାତ୍ ଅଗଷ୍ଟ ୩୦ ତାରିଖ ଠାରୁ ସାତ ଦିନ ପର୍ଯ୍ୟନ୍ତ ଝାରସୁଗୁଡା ସହରରେ ସଟଡାଉନ୍ ଆରମ୍ଭ ହୋଇଥିବା କହିଛନ୍ତି। ସଟଡାଉନକୁ ସମସ୍ତେ ମାନିବାକୁ ସେ ଅନୁରୋଧ କରିଛନ୍ତି ।

ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ୍ ଓ ସଟଡାଉନ୍ କୋହଳ କରାଯାଇଛି। ଶନିବାର ରାଜ୍ୟ ସରକାର ଏ ସମ୍ବନ୍ଧରେ ବିଧିବଦ୍ଧ ନିର୍ଦେଶନାମା ଜାରି କରିଛନ୍ତି । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ସମସ୍ତ ଲାକଡା଼ଉନ୍ ଓ ସଟଡାଉନକୁ କୋହଳ କରାଯାଇଛି। ଗତକାଲି ଏ ନେଇ ଏସଆରସି ମଧ୍ୟ ସୂଚନା ଦେଇଥିଲେ।।

ସହରରେ ଗତ ସପ୍ତାହ ମଧ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ୩୦ ଅଗଷ୍ଟ ରୁ ୫ ସେପ୍ଟେମ୍ବର ସାତ ଦିନ ପାଇଁ ସଟଡାଉନ ହେବ ବୋଲି ଘୋଷଣା କରାଯାଇଥିଲା। ମାତ୍ର ସରକାରଙ୍କ ନିଷ୍ପତ୍ତି ପରେ ସଟଡାଉନ ନିର୍ଦେଶନାମାକୁ ପ୍ରତ୍ୟାହାର କରିଦିଆଯାଇଛି। ଗତକାଲି ଠାରୁ ଜିଲ୍ଲାପାଳ ସରୋଜ ସାମଲ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ରେ ଟ୍ବିଟ୍ କରି ଜଣାଇଥିଲେ ।

ମାତ୍ର ମନ୍ତ୍ରୀ ନବ ଦାସ ଆଜି ନିଜ ଆକାଉଣ୍ଟ ରେ ସଟଡାଉନ୍ ପାଳନ ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରି ବିରୋଧୀଙ୍କୁ ସମାଲୋଚନା କରିବାର ସୁଯୋଗ ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ସଟଡାଉନ୍ ସମୟରେ ସମସ୍ତ କଟକଣା ମାନିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ନିଜକୁ ସୁରକ୍ଷିତ ରଖିବା ସହିତ ଅନ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଟ୍ବିଟ୍ ଯୋଗେ ସ୍ବାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Comments
Loading...