ବିବାହ ଭୋଜି ଖାଇ ଜଣେ ଶିଶୁ ମୃତ ଓ ୯ ଗୁରୁତର

କଲ୍ୟାଣସିଂହପୁର : ବିବାହ ଭୋଜି ଖାଇ ଜଣେ ଶିଶୁ ମୃତ ଓ ୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଅସୁସ୍ଥ ଶିଶୁଙ୍କ କଲ୍ୟାଣସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ବୁଡାଗୁଡା ପଞ୍ଚାୟତ ପୋଡ଼ଚୁଆଁ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଗାଁରେ ଏକ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା କରୁଛନ୍ତି । ପିଇବା ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ପରିସ୍ଥିତି ନିୟନ୍ତ୍ରଣରେ ରହିଥିବା ଡାକ୍ତର କହିଛନ୍ତି ।

ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବେ ଗ୍ରାମରେ ଆୟୋଜିତ ଏକ ବିବାହ ଭୋଜିରେ ଏମାନେ କୁକୁଡ଼ା ମାଂସ ଖାଇଥିଲେ । ଖଦ୍ୟ ବିଷାକ୍ରିୟା ଯୋଗୁଁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଝାଡାବାନ୍ତିରେ ଆକ୍ରାନ୍ତ ହାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ହାଇଥିବା ବେଳେ ଗୁରୁତର ୯ ଜଣ ଗୁରୁତର ଅବସ୍ଥାରେ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Comments are closed.