ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ବାସ୍ଥ୍ୟ ବୀମା, ଉପକୃତ ହେବେ ୨୫୦୦ ପରିବାର

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ସେବାରେ ନିୟୋଜିତ ସେବାୟତମାନଙ୍କ ପାଇଁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବୀମା ଯୋଜନା କରିଛନ୍ତି। ସେବାୟତମାନଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ଯୋଗାଇଦେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀକୁ ନିଯୁକ୍ତ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ରବିବାର ବସିଥିବା ଏକ ବୈଠକରେ ଏହା ଚୂଡ଼ାନ୍ତ ହୋଇଛି।

ଏହି ଅନୁମୋଦିତ ବୀମା ଯୋଜନା ଦ୍ବାରା ପ୍ରାୟ ୨୫୦୦ ସେବାୟତ ପରିବାର ସ୍ବାସ୍ଥ୍ୟ ବୀମା ସୁବିଧା ପାଇବେ। ଏହି ଯୋଜନାରେ ପ୍ରତି ପରିବାରକୁ ଚିକିତ୍ସା କ୍ଷେତ୍ରରେ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁରକ୍ଷା ଓ ଗୁରୁତର ଅସୁସ୍ଥତା କ୍ଷେତ୍ରରେ ୧ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମିଳିବ। ପୁନଶ୍ଚ କର୍କଟ ରୋଗ ଏବଂ କିଡ୍‌ନୀ ପ୍ରତିରୋପଣ କ୍ଷେତ୍ରରେ ୨୫ ଜଣ ପର୍ଯ୍ୟନ୍ତ ଚିକିତ୍ସିତ ବ୍ୟକ୍ତିଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ବୀମା ସୁରକ୍ଷା ଉପଲବ୍ଧ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comments are closed.