କୋଭିଡ ସମୟରେ ସ୍ୱାସ୍ଥ୍ୟବୀମାକୁ ଗୁରୁତ୍ୱ

ମୁମ୍ବଇ: କୋଭିଡ ମହାମାରୀ ଅପ୍ରତ୍ୟାଶିତ ଭାବରେ ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚ ବୃଦ୍ଧି କରିବା ସହିତ ଅସମୟରେ ମୂଲ୍ୟବାନ ଜୀବନ ହାନିର କାରଣ ହେବାରେ ଲାଗିଛି। ଏହା ଜନସାଧାରଣଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ଗୁରୁତର ଚାପ ପକାଉଛି। ଏଭଳି ଏକ ଜଟିଳ ପରିସ୍ଥିତିରେ ସଂପ୍ରତି ସ୍ୱାଂସ୍ଥ୍ୟବୀମା ଗୁରୁତ୍ୱକୁ ଜନସାଧାରଣ ଉପଲବ୍ଧି କରିବା ଆରମ୍ଭ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଅଗ୍ରଣୀ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏକ ସ୍ୱାସ୍ଥ୍ୟ ବୀମା ପ୍ଲାନ ‘ଆରୋଗ୍ୟ ସୁପ୍ରିମ’ର ଶୁଭାରମ୍ଭର କରିଛି। ଏହା ଗ୍ରାହକମାନଙ୍କର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ବୀମା କଭରେଜକୁ ସୁନିଶ୍ଚିତ କରିବ ଯେଉଁଥିରେ ରହିଛି ୨୦ ଟି ମୌଳିକ କଭର ଓ ୮ ଟି ଇଚ୍ଛାଧୀନ କଭର। ଏହା ୫ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୀମା ବିକଳ୍ପ ପ୍ରଦାନ କରୁଛି, ଯେଉଁଥିରେ ଗ୍ରାହକଙ୍କ ପାଇଁ ୩ଟି ବିକଳ୍ପ ରହିଛି। ଏହା ଏକ ବ୍ୟାପକ ସ୍ୱାସ୍ଥ୍ୟ ବୀମା ପ୍ଲାନ, ଯେଉଁଥିରେ ପୁନଃ ପୁଞ୍ଜିନିବେଶ ବୈଶିଷ୍ଟ୍ୟ ସହିତ ବ୍ୟାପକ ବୀମା ସୁବିଧା ରହିଛି। ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ପ୍ରିମିୟମ ଓ ଅବଧିକୁ ବାଛିବା ସୁବିଧା ଏଥିରେ ଉପଲବ୍ଧ ହେଉଛି।

Comments are closed.