MEllora 950×100

କର୍କଟ ଆଶଙ୍କା ବଢ଼ାଉଛି ନନ୍‌ଷ୍ଟିକ୍ ବାସନ

ନନ୍‌ଷ୍ଟିକ୍‌ ବାସନରେ ରନ୍ଧାରନ୍ଧି କରିବାକୁ ଆଜିକାଲି ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ଏହି ପାତ୍ରରେ ରାନ୍ଧିବାବେଳେ କମ୍ ତେଲ ଲାଗେ, ତା’ ସାଙ୍ଗକୁ ସଫା କରିବାକୁ ମଧ୍ୟ ଏତେଟା କଷ୍ଟ କରିବାକୁ ପଡ଼େନି। ଆଖିକୁ ସୁନ୍ଦର ଦେଖାଯାଉଥିବାରୁ ନନ୍‌ଷ୍ଟିକ୍ ପାତ୍ର କିଣିବାରେ ଲୋକଙ୍କ ଆଗ୍ରହ ବଢ଼ୁଛି।
ବିଶେଷଜ୍ଞ ଦଳ ଅନୁସନ୍ଧାନ କରି ଜଣାଇଛନ୍ତି, ପ୍ରତିଦିନ ନନ୍‌ଷ୍ଟିକ୍‌‌ରେ ରାନ୍ଧି ଖାଉଥିବା ଲୋକଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ପ୍ରଥମତଃ ଶରୀରରେ ଲୌହଜନିତ ଅଭାବ ଦେଖାଯାଏ।
ଏମିତିକି ନିଃସନ୍ତାନତା ସମସ୍ୟା ମଧ୍ୟ ନନ୍‌ଷ୍ଟିକ୍ ପାତ୍ରରେ ରାନ୍ଧି ଖାଇଲେ ହେଉଛି। ଏକ ପରୀକ୍ଷାରୁ ଏହି ତଥ୍ୟ ସାମ୍ନାକୁ ଜଣାପଡ଼ିଛି। ଆଗ କାଳେ ମାଟି ପାତ୍ରରେ ରନ୍ଧା ଖାଦ୍ୟ ଖାଇ ମଣିଷ ସୁସ୍ଥ ଜୀବନ ଅତିବାହିତ କରୁଥିଲା। ଏବେ କିନ୍ତୁ ଅତ୍ୟାଧୁନିକ ଜିନିଷ ହିଁ ରୋଗର ମୂଳଦୁଆ ପକାଉଛି।
ନନ୍‌ଷ୍ଟିକ୍ ରନ୍ଧା ଖାଦ୍ୟ ଖାଉଥିବା ଲୋକେ ପାକସ୍ଥଳୀ କର୍କଟ, ଯକୃତ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆମ ପୁରୁଣା ଲୁହା କଡ଼େଇ, ତାୱାରେ ରାନ୍ଧି ଖାଇଲେ ଶରୀରକୁ ପୋଷକତତ୍ତ୍ବ ମଧ୍ୟ ମିଳେ। ଏଣୁ ନନ୍‌ଷ୍ଟିକ୍ ମୋହରୁ ଶୀଘ୍ର ବାହାରି ଆସିବା ସମସ୍ତଙ୍କ ପାଇଁ ଭଲ।

Comments are closed.