ଅବ୍ୟବସ୍ଥା ମଧ୍ୟରେ ତାଳପଦର ଉପ-ସ୍ୱାସ୍ଥ୍ୟକେନ୍ଦ୍ର

ତାଲପଦର : ବିଜେପୁର ଥାନା ଅର୍ନ୍ତଗତ ତାଳପଦରଠାରେ ଥିବା ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ସବୁଆଡ଼େ ଗଛ-ଲତା ଲାଗି ଯାଇଥିବା ବେଳେ ଗୋଟିଏ ପାର୍ଶ୍ବର ହତା ଭାଙ୍ଗି ଯାଇଛି। କେନ୍ଦ୍ର୍ରଟି ଏପରି ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଅଛି ଯେଉଁଠାରେ କି ଗର୍ଭବତୀ ମହିଳା, ଛୋଟ ଶିଶୁମାନଙ୍କୁ ପ୍ରତିମାସ ଟିକା ଦିଆଯାଇଥାଏ। କିନ୍ତୁ ଏହାର ପରିବେଶକୁ ଦେଖିଲେ କେତେବେଳେ ଯେ ବିଷଧର ସାପ କାମୁଡ଼ି ଧନ ଜୀବନ ନଷ୍ଟ ହୋଇଯିବ ଏହାକୁ ଅସ୍ୱିକାର କରାଯାଇନପାରେ। ଏ ଦିଗରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Comments
Loading...