ପଞ୍ଚପଡାରେ ସ୍ୱାସ୍ଥ୍ୟ ଶିବିର, ସାନିଟାଇଜର ଓ ତୁଣ୍ଡି ବଣ୍ଟନ

ବାଙ୍କୀ : ଶ୍ରୀ ସତ୍ୟ ସାଇ ବିକାଶ ପରିଷଦ ପକ୍ଷରୁ ଡମପଡା ବ୍ଲକ ଅଧିନ ଡମପଡା ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ବସବାସ କରୁଥିବା ପଞ୍ଚପଡାର ଅଧିବାସୀ ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଡାହାଣି ଗାଡିଆ, ପିଠାଖିଆ, ନୂଆକୂଅ, ବେହେଣ୍ଟା ସାହି, ଢୋଲକାଠ ପ୍ରଭୃତି ୫ଗାଁର ଗରିବ, ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କର ଏହି ଶିବିରରେ ସ୍ୱାସ୍ଥ୍ୟ ସେବା କରାଯିବା ସହ ମାଗଣାରେ ତୁଣ୍ଡି (ମାକ୍ସ) ଓ ସାନିଟାଇଜର ବଣ୍ଟନ କରାଯାଇଛି । ଲୋକମାନଙ୍କର ସାମାଜିକ ବିକାଶ ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସରକାରଙ୍କ ନିକଟରେ ଅନୁରୋଧ କରାଯିବ ବୋଲି ଅନୁଷ୍ଠାନର ମୁଖ୍ୟ କ୍ଷିତିଶ ମହାନ୍ତି କହିଛନ୍ତି । ସତ୍ୟସାଇ ବିକାଶ ପରିଷଦର ମୁଖ୍ୟ ଶ୍ରୀ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ଗଗନ ବିହାରୀ ମହାପାତ୍ର, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାଷ ପାଢୀ, ନିର୍ଦ୍ଦେଶକ ସୁଶାନ୍ତ କୁମାର ଜେନା, ଉଦିତ କୁମାର ପଣ୍ଡା, ସୁନିଲ ଖଟୁଆ, ମିନତୀ ମହାନ୍ତି, ସଂନ୍ଧ୍ୟା ମଲ୍ଲିକ, ଲିଲି ଭୋଇ, ସ୍ୱର୍ଣ୍ଣଲତା ପ୍ରଧାନ, ସୀମା ପିରୋଇ, ସନ୍ଧ୍ୟା ପିରୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଡାହାଣିଗାଡିଆର ଗ୍ରାମବାସୀ ମାନେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସାନିଟାଇଜର ବ୍ୟବହାର କରିବା ସହିତ ତୁଣ୍ଡି ପରିଧାନ ଓ ସାମାଜିକ ଦୂରତାରକ୍ଷା ପାଇଁ ଅନୁଷ୍ଠାନ ପକ୍ଷରୁ ସଚେତନତା କରାଯାଇଛି ।

Comments are closed.