ଅନେକ ରୋଗର ମହୌଷଧୀ ପାଳଙ୍ଗ ପତ୍ର

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ଶାଗ ଓ ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ତେବେ ସବୁ ଶାଗ ମଧ୍ୟରୁ ପାଳଙ୍ଗ ଶାଗ ଅନ୍ୟତମ। ଏହାର ପ୍ରତ୍ୟେକଟି ପତ୍ରରେ ଭରି ରହିଛି ଅନେକ ଔଷଧୀୟ ଗୁଣ। ଏହା ଏପରି ଶାଗ ଯାହା ଆମ ଶରୀରର ଅନେକ ସମସ୍ୟା ଦୂର କରିବା ସହ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭପ୍ରଦ ହୋଇଥାଏ। ଚାଲନ୍ତୁ ଜାଣିବା ପାଳଙ୍ଗ ଶାଗର ଉପକାରିତା ବିଷୟରେ –

 

-ପାଳଙ୍ଗ ପତ୍ରର ଜୁସ୍ ପିଇବା ଦ୍ବାରା ପାଚନ କ୍ରିୟା ଠିକ୍ ରହିଥାଏ। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ୍ ବହୁତ ଲାଭଦାୟକ ହୋଇଥାଏ।

-ପାଳଙ୍ଗରେ ଭରପୁର ମାତ୍ରାରେ ଆଇରନ୍ ରହିଥାଏ ଏବଂ ଏଥିରେ ଥିବା ଆଇରନ ଶରୀରରେ ସହଜରେ ଶୋଷିତ ହୋଇଯାଇଥାଏ। ତେଣୁ ପାଳଙ୍ଗ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ୍ ବଢ଼ିଥାଏ। ରକ୍ତର ଅଭାବ ଥିବା ବ୍ୟକ୍ତି ପାଳଙ୍ଗ ଖାଇବା ଆବଶ୍ୟକ।

-ପାଳଙ୍ଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ପ୍ରୋଟିନ୍ ମାଂସପେଶୀକୁ ମଜବୁତ୍ କରିଥାଏ। ପାଳଙ୍ଗ ଖାଇବା ଦ୍ବାରା ଘାଆ ମଧ୍ୟ ଶୀଘ୍ର ଶୁଖି ଯାଇଥାଏ।

Comments are closed.