ଖୁବ୍ ଉପକାରୀ କଞ୍ଚା ମଟର

ସାଧାରଣତଃ ମଟର ଛୁଇଁ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଖାସ୍‌ କରି ଶୀତଦିନେ ଏହା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ। କଞ୍ଚା ମଟର ଖାଇଲେ ଶରୀରର ବହୁ ସମସ୍ୟା ଦୂର ହେବା ସହ ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ମଟର ଛୁଇଁ ବା କଞ୍ଚା ମଟର ଖାଇବା ଦ୍ବାରା ଆମକୁ କି ଲାଭ ମିଳିଥାଏ-

ଏଥିରେ ପ୍ରଚୁର ପରିମାଣରେ ତନ୍ତୁଜ, ପୋଟାସିୟମ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌ ଏବଂ ଅନ୍ୟ ଖଣିଜ ଲବଣ ରହିଥାଏ। ଏହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର ନିୟନ୍ତ୍ରଣରେ ରହିଥାଏ। ରକ୍ତ ସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ। ଫଳରେ ହୃଦ୍‌ଘାତ ଆଶଙ୍କାରୁ ମୁକ୍ତି ମିଳିଥାଏ। ସପ୍ତାହରେ ୩ ଥର ମୁଠାଏ କଞ୍ଚା ମଟର ଖାଇଲେ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଗର୍ଭବତୀ ମହିଳା ନିୟମିତ ଏହାକୁ ଖାଇଲେ ଗ୍ୟାସ୍‌ ସମସ୍ୟା ଦୂର ହେବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ।

Comments are closed.