ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ସୋରିଷ ଶାଗ

ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ, ଶାଗ ଖାଇବା ଶରୀର ପାଇଁ ଖୁବ୍ ଜରୁରୀ ହୋଇଥାଏ। ତେଣୁ ଦୈନିକ ଖାଦ୍ୟରେ ଶାଗକୁ ସାମିଲ କରିବା ଉଚିତ। ତେବେ ଲୋକେ ଭିନ୍ନ ଭିନ୍ନ ପ୍ରକାରର ଶାଗ ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। ତେବେ ତନ୍ମଧ୍ୟରୁ ସୋରିଷ ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ। ଖୁବ୍ କମ୍ ଲୋକେ ସୋରିଷ ଶାଗର ଉପକାରିତା ବିଷୟରେ ଅବଗତ। ଏଥିରେ କାର୍ବୋହାଇଡ୍ରେଟ, ଫାଇବର, ଶର୍କରା, ପୋଟସିୟମ, ଭିଟାମିନ୍ –ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ, ଆଇରନ ଓ କ୍ୟାଲସିୟମ ସହ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ରହିଛି। ଚାଲନ୍ତୁ ଜାଣିବା ସୋରିଷ ଶାଗର ଉପକାରୀ ଗୁଣ ବିଷୟରେ –

-ସୋରିଷ ଶାଗ ଖାଇବା ଦ୍ବାରା କୋଲେଷ୍ଟ୍ରଲ ସ୍ତର କମ୍ ରହିଥାଏ। ଯାହାଦ୍ବାରା ହୃଦଘାତର ଆଶଙ୍କା ହ୍ରାସ ପାଇଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।
-ସୋରିଷ ଶାଗରେ ଅଧିକ ମାତ୍ରାରେ ଫାଇବର ରହିଛି। ଏହା ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।
-ସୋରିଷ ଶାଗ ଖାଇବା ଦ୍ବାରା ପାଚନକ୍ରିୟା ସକ୍ରିୟ ହୋଇଥାଏ। ଏଥିରେ ଫାଇବରର ମାତ୍ରା ଅଧିକ ରହିଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ହଜମ ଶକ୍ତି ବୃଦ୍ଧି ହୋଇଥାଏ।
-ସୋରିଷ ଶାଗରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଓ ପୋଟାସିୟମ ରହିଛି। ଏହାକୁ ନିୟମିତ ଖାଇବା ଦ୍ବାରା ହାଡ଼ ଶକ୍ତ ହୋଇଥାଏ। ଏହାସହିତ ହାଡ଼ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।
-ସୋରିଷ ଶାଗରେ ଭିଟାମିନ-ଏ ପ୍ରଚୁର ପରିମାଣରେ ରହିଛି। ଏହାକୁ ଖାଇବା ଦ୍ବାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।

Comments are closed.