ମହୌଷଧି ପଇଡ଼ ପାଣି

ସୁସ୍ଥ ତଥା ନୀରୋଗ ଜୀବନ ଅତିବାହିତ କରିବା ନିମନ୍ତେ ଖାଦ୍ୟପାନୀୟ ଉପରେ ପ୍ରତ୍ୟେକ ଗୁରୁତ୍ବ ଦେବା ଆବଶ୍ୟକ। ଭିଟାମିନ୍ ଭରପୂର ଖାଦ୍ୟ ଖାଇବା ସହ ମିନେରାଲ୍ସଯୁକ୍ତ ପାନୀୟ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ବିଶେଷଜ୍ଞଙ୍କ ମତରେ ବଜାରରେ ଏବେ ବିଭିନ୍ନ ପ୍ରକାର ଶକ୍ତିବର୍ଦ୍ଧକ ପାନୀୟମାନ ମିଳୁଛି। ହେଲେ ସେସବୁ ପିଇବା ପରିବର୍ତ୍ତେ ପ୍ରାକୃତିକ ତତ୍ତ୍ବ ଭରପୂର ପଇଡ଼ ପାଣି, ଆଖୁ ରସ ତଥା ଅନ୍ୟାନ୍ୟ ଫଳରସ ଘରେ ତିଆରି କରି ପିଇପାରିବେ। ନିୟମିତ ଭାବେ ପଇଡ଼ ପାଣି ପିଇବା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।

  •  ଉଚ୍ଚରକ୍ତଚାପ ରୋଗୀ ସକାଳ ଜଳଖିଆ ପରେ ୧ଗିଲାସ ପଇଡ଼ ପାଣି ପିଇବା ଭଲ। ନିକଟରେ ହୋଇଥିବା ଏକ ପରୀକ୍ଷାରେ ୧୪୦ଜଣ ବ୍ୟକ୍ତିଙ୍କୁ ସପ୍ତାହର ୫ଦିନ ନିୟମିତ ଭାବେ ପଇଡ଼ ପାଣି ପିଇବାକୁ ପରାମର୍ଶ ଦିଆଯାଇଥିଲା। ଦେଢ଼ ମାସ ସେମାନଙ୍କ ରକ୍ତଚାପ ନିୟମିତ ଭାବେ ଅନୁଧ୍ୟାନ କରାଯାଇଥିବାବେଳେ ସମୟକ୍ରମେ ରୋଗୀଙ୍କ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥିବାର ପ୍ରକାଶ।
  •  ପଇଡ଼ ପାଣିରେ ମହଜୁଦ୍ ଥିବା ବାଇଓ-ଆକ୍ଟିଭ୍ ତତ୍ତ୍ବ କାରଣରୁ ଖାଦ୍ୟ ଭଲଭାବେ ହଜମ ହୋଇଥାଏ। ଭିଟାମିନ୍ ସି, ମାଙ୍ଗାନିଜ୍, ପୋଟାସିୟମ୍ ତତ୍ତ୍ବ ଭରପୂର ପଇଡ଼ ପାଣି ପିଇଲେ ନିଶାସେବନ ଅଭ୍ୟାସ ମଧ୍ୟ ସମୟକ୍ରମେ ବନ୍ଦ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି।
  •  କସରତ କରିବା ପୂର୍ବରୁ କିମ୍ବା ପରେ ପଇଡ଼ ପାଣି ପିଇପାରିବେ। ଏ ବାବଦରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ। ଭିଟାମିନ୍ ସି ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପଇଡ଼ ପାଣି ପିଇଲେ ଆମ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ।
  •  ଶକ୍ତିବର୍ଦ୍ଧକ ପାନୀୟ ପଇଡ଼ ପାଣି ନିୟମିତ ଭାବେ ପିଇବା ଶରୀର ପାଇଁ ଭଲ। ପିଲାଠାରୁୁ ବୟସ୍କ ସମସ୍ତେ ଏଇ ପାନୀୟ ପିଇଲେ ଶରୀରରୁ ଜଳାଭାବ ସମସ୍ୟା ଦୂର ହୋଇଥାଏ।

Comments are closed.